ବର୍ଷା ଏ ଶ୍ରାବଣର ବର୍ଷା
ବର୍ଷା ଏ ଶ୍ରାବଣର ବର୍ଷା
ସତେ ଯେମିତି ଆକାଶର ଆଖିରୁ ଝରୁଛି ଅନବରତ ଲୁହ
ମାଟି ମା’ର ମେଣ୍ଟେଇବାକୁ ଭୋକ ସତେ ସେ ଭୋକର ନାହିଁ ଆଦି ଅନ୍ତ
ସତେ ଏମିତି ଲାଗେ ନୀରବରେ ପ୍ରେମିକାଟିଏ ଝରକା ଦେଇ ଦେଖୁଛି ଆକାଶକୁ
କାଳେ ତା’ ପ୍ରେମିକ ଫେରି ଆସି ତାକୁ ମାଗିବ ତା ସାଇତା ସ୍ଵପ୍ନ ସବୁକୁ
ହାତରେ ନାଇଛି ରଙ୍ଗ ବେରଙ୍ଗ ନବବଧୂ ସମ ରଙ୍ଗୋଲି ଅନେକ ତା ପାଇଁ ଆଜି
ଶୁଖିଲାଟାରେ ବାଜୁନାହିଁ ଶଙ୍ଖ ମହୁରି ସ୍ଵପ୍ନ କି ମୋର ଭାଙ୍ଗିଗଲା ନିଦ
ତଥାପି ନାଚୁଛି ମନ ମୟୂର ରଚିବାକୁ ଆସନ୍ତାକାଲିର ସ୍ଵପ୍ନର ନୀଡ
ଯେଉଁଠି ଥିବ ଖାଲି ବର୍ଷା ପରେ ଭିଜା ମାଟିର ଗନ୍ଧ
ଆଊ ପ୍ରକୃତି ସହ ଖେଳାଯାଉଥିବ ଅନବରତ ଆଦିମ ମାନବୀୟ ରତି ଖେଳ
ରାତି କ୍ଳାନ୍ତ ପ୍ରକୃତି ଦେହର ଯେତେ ସବୁ ଶ୍ଵେଦ ହାତ ଠାରି ଡାକୁଥିବା ବର୍ଷାର ପ୍ରତ୍ୟେକ ବିନ୍ଦୁକୁ
ବିବର୍ତ୍ତିତ ହେବା ପାଇଁ ନଇ ସ୍ରୋତର ଧାର ପ୍ରକୃତି ପୁରୁଷର ଏକି ଖେଳ ସୃଷ୍ଟିର
ନାହିଁ ତାର ଆଦି ଅନ୍ତ ଭିନ୍ନ ଏକ ପୃଥିବୀର ସୃଷ୍ଟି ପାଇଁ ମଣିଷ ଚେଷ୍ଟାରତ
ପ୍ରେମ ଶାଶ୍ଵତ ପ୍ରେମର ପ୍ରତିଷ୍ଠା ହେଉ ବୋଧେ'' ପ୍ରତିଶ୍ରୁତି ହେଉ ଏ ବର୍ଷାର ''
ବର୍ଷା ଏ ଶ୍ରବଣର ବର୍ଷା ।
ସମୟ ରାତ୍ର ୧୨ଟା ତା- ୦୬-୦୯-୨୦୧୪