Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anam Charan Sahoo

Others

5.0  

Anam Charan Sahoo

Others

ମୋ ଭାଷା

ମୋ ଭାଷା

1 min
552


ସବୁଠୁ ବଢିଆ ମୋ ଭାଷା ଓଡ଼ିଆ

ମୋ ମାଆ ମୁଖରୁ ଝରେ

ସେ ଅମୃତ ଡାକ ସେନେହ ସରାଗ

ଯେତେ ଦୁଃଖ ତାପ ହରେ ।

କୋଳାହଳ ମଧ୍ୟେ ଯେ ଭାଷା ଶୁଭିଲେ

ଝରେ କେତକୀର ବାସ

ସେହି ଭାଷା ପରା ମୋ ଜାତିର ଭାଷା

ଯାହାର ଅଟେ ମୁଁ ଦାସ ।

ଅମଡା ବାଟରେ ଝୁଣ୍ଟି ପଡେ ଯେବେ

ସେହି ହୁଏ ମୋର ସାହା

ମୋ କଣ୍ଠ ଅଗ୍ରତେ ସରସ୍ବତୀ ବିଜେ

ଉଚ୍ଚାରିତ ମାଆ ମାଆ ।

ଆଜି କୋହଭରେ ସ୍ଫୁରିତ କଣ୍ଠରେ

ମାଟି ମାଆ ଦିଏ ଡାକ

କୋଟିଏ ସନ୍ତାନ ହୁଅ ଯତ୍ନବାନ

ରଖ ମାତୃଭାଷା ଟେକ ।

ଭାଷା ବଞ୍ଚିଥିଲେ ଜାତି ବଞ୍ଚିଥାଏ

ସମୟ ରହିଛି ସାକ୍ଷୀ

ଭାଷାର ତରଣୀ କୂଳେ ଆଣ ଟାଣି

ଫେଡିବାରେ ଜ୍ଞାନ ଆଖି ।


Rate this content
Log in