Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ମହାନଦୀ ଡାକୁଛି

ମହାନଦୀ ଡାକୁଛି

1 min
6.9K


ମହାନଦୀ ଓଡିଶାର ବଡ ନଦୀ ପିଲାଏ ପଢନ୍ତି ପାଠ

ଛତିଶଗଡରୁ ବାହାରିଛି ସିନା ଓଡିଶା ତା' ଯାତ୍ରା ପଥ ।

କାଠଯୋଡି ଚିତ୍ରୋତ୍ପଳା ଆଦି ଯା'ର ଶାଖାନଦୀ ପାଂଚ ଗୋଟି

ହୀରାକୁଦ ଦିନେ ହୀରା ଦେଉଥିଲା ଆଜିବି ଜୀବନ ନାଟି ।

ବହୁମୁଖୀ ଯୋଜନାର ନଦୀବଂଧ ଦୀର୍ଘତମ ଭାରତର

କିଏ ଜାଣିଥିଲା ଛତିଶଗଡରେ ଅଟକିବ ତା'ର ଝର ।

ଓଡିଶାର ଗଙ୍ଗା ଚାଲେନାହିଁ ଡଂଗା ଶୁଖିଯାଉଛି ତା ଧାର

କେନ୍ଦ୍ର ରାଜ୍ୟ କଳି ହୀନ ରାଜନୀତି ଚାଲେ ପାତର ଅନ୍ତର ।

କିଏ କହେ ଏଠି ନିକମ୍ମା ସର୍କାର କରୁନାହିଁ ସମାଧାନ

କିଏ କହେ ଆମେ ଗାଦିକୁ ଆସିଲେ ଛ' ମାସେ ହେବ ଜାଣ ।

ଓଡିଆ କଂକଡା ଗୋଡ ଟଣାଟଣି ରାଜନୀତି ଏଠି ମୂଳ

ଶାଗୁଣା ବିଲୁଆ ସେବା କଲେ ଶବ ପାଇଁ ହୁଏ ସିନା କାଳ ।

ପୁଣ୍ୟ ଜନ୍ମଭୂମି ସେବା ବ୍ରତ ଧାରୀ ଗୋପବନ୍ଧୁ କାହିଁ ଗଲ

ଉତ୍କଳ ଗୌରବ ଗୋରା କବରରେ ଶାନ୍ତି ନିଦ୍ରା କି ଶୋଇଲ !

ଫେରିଆସ ବାରେ ଯୁଦ୍ଧ କରିବାକୁ ଓଡିଶାର ସ୍ଵାର୍ଥ ପାଇଁ

ଆଗେ ଚାଲିବାକୁ ରାଇଜ ପାଇଁ କି କେହି ଏଠି ଦିଶୁନାହିଁ ।

ଉଠରେ ଉଠରେ ଓଡିଆ କଙ୍କଡା ଛାଡ ଦଳ ରାଜନୀତି

ମହାନଦୀ ଓଡିଶାର ଜୀବନ ରେଖାଟି ଭୁଲନାହିଁ ମୁଢମତି ।


Rate this content
Log in