Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SARATA KUMAR DAS

Others

3  

SARATA KUMAR DAS

Others

ତମେ ଆସିବ ବୋଲି-୧

ତମେ ଆସିବ ବୋଲି-୧

1 min
197


   

ତମେ ଆସିବ ବୋଲି 

ଆକାଶରେ ତାରାମାନେ

ଲାଜେଇ ଗଲେଣି

ଖଣ୍ଡ ଖଣ୍ଡ ମେଘମାଳ

ଲୁଚି ବି ଗଲେଣି              

ପାହାଡର ଆଢୁଆଳେ ,   

ଉଭେଇ ଗଲାଣି 

ଫଗୁଣର ରଂଗ 

ଫିକା ଫିକା ଲାଗେ 

ଦିଗନ୍ତର ଦୃଶ୍ୟ 

ଝରିପଡୁଛି ଜହ୍ନରୁ ଜୋଛନା

ମହ ମହ ବାସୁଛି

ଶୀତଳ ଚଂ ଦନ

ତମ ଗୋଲାପୀ ହସର ।।


ଝଲମଲ ଦିଶୁଛି 

ଜାଇ-ଯୂଇ-ହେନାର ଗଜରା

ତମର ସେ ଚୂର୍ଣ୍ଣ କୁନ୍ତଳରେ,

ଘୁମାଇତ ଅନ୍ଧାରର

ପରସ୍ତ ପରସ୍ତ ସ୍ତରୀଭୂତ ନୀରବତା 

ଜୀବନ୍ଯାସ ପାଇଯିବେ 

ତମ ପାଦ ନୂପୁରର

ଋଣୁଝୁଣୁ ଶବ୍ଦଙ୍କ ଦୌଡରେ ।

ଅପହଂଚ ଆଶା ସବୁ

ଡେଣାମେଲି ଉଡୁଥିବେ

ଫର୍ ଫର୍

ମୋ ଶୁନ୍ଯ ଇଲାକାର

ନିସ୍ତଦ୍ଧ ତାର ପରିଧିରେ ।।

             

            


Rate this content
Log in