ଉପହାସ ନା ପ୍ରେମ
ଉପହାସ ନା ପ୍ରେମ
କୋଇଲି କହେ କୁହୁ କୁହୁ
ତୁମ ଓଠରେ ଅଛି ମହୁ ।
ବାୟସ କହେ କା କା
ତୁମେ ମୋ'ର ପ୍ରେମିକା ।
ବଗ କହେ କୂଅ କୂଅ
ତୁମେ ମୋତେ ଭଲପାଅ ।
ପାରା କହେ ଗୁଟୁରୁ ଗୁଁ
ତୁମ ସ୍ବାମୀ ହେବି କି ମୁଁ ?
କୁକୁଡ଼ା କହେ କୁକୁଡୁ କୁ
ତୁମକୁ ସ୍ୱପ୍ନେ ଦେଖୁଛି ମୁଁ ।
ବିଲୁଆ କହେ ହୁକେ ହୁ
ହେ ପ୍ରିୟା ଆଇ ଲଭ୍ ୟୁ ।
ତଟିନୀ କହେ କୁଳୁ କୁଳୁ
ତତେ ଭଲ ବରଟେ ମିଳୁ ।
ପବନ କହେ ସାଇଁ ସାଇଁ
ତୋ ପରୀ ଗୋରୀ କେହି ନାହିଁ ।
ଭ୍ରମର କହେ ଗୁଣୁ ଗୁଣୁ
ପ୍ରିୟା ମୋ କଥା ଟିକେ ଶୁଣୁ ।
କିରା କହେ କିରି କିରି
ତୁ ନାରୀ ନା ଅପସରୀ ।
ମାଙ୍କଡ କହେ ହୁଁ ହୁଁ
ପରୀ,ତୁମେ ଆସିଲ କାହୁଁ ।
ବଳଦ କହେ ହମ୍ବା ହମ୍ବା
ଚାଲ ତୋ'ର ମୋ'ର ସିନେମା ଯିବା ।
କୁକୁର କହେ ଭୋ ଭୋ
ତତେ ଦେଖି ବଢି ଯାଏ ମୋ ଲୋଭ ।
ଛେଳି କହେ ମେଁ ମେଁ
ତୋ ଫୋଟ ଧରି ମୁଁ ରାତିରେ ଶୁଏ ।
ବିଲେଇ କହେ ମ୍ୟାଉଁ ମ୍ୟାଉଁ
ମୋତେ ଛାଡ଼ିଦେଇ କୁଆଡେ ଯାଉ ।
ବେଙ୍ଗ କହେ କେଁ କଟର
ତତେ ସତରକୁ ମୋତେ ଅଠର ।
ଉଲୁକ କହେ ଯିବି ଯିବି
ମୁଁ ତୁମକୁ ମୋ ରାଣୀ କରିବି ।
ହାତୀ କହେ ପେଁ ପେଁ
ତୋ ଘର ଠିକଣାଟି ମୋତେ ଦେ ।
ମୂଷିକ କହେ ଚିଇଁ ଚିଇଁ
ତୁମ ବିନା ମୁଁ ପାରୁନାହିଁ ଜୀଇଁ ।
ଝରଣା କହେ ଝର୍ ଝର୍
ସଭିଁଙ୍କ କଥାକୁ ତୁ ଗୁଳିମା଼ର୍ ।।