STORYMIRROR

Anam Charan Sahoo

Others

3  

Anam Charan Sahoo

Others

ଆର୍ଯ୍ୟ ସନ୍ତାନ

ଆର୍ଯ୍ୟ ସନ୍ତାନ

1 min
267

ସକାଳ ହେଲେ ନିଇତି ଶୁଭେ

ମଙ୍ଗଳ ଘଣ୍ଟ ଧ୍ବନି

ତରୁ ଡାଳରୁ ଭାସି ଆସଇ

କୂଜନ ସ୍ବନ ପୁଣି।

ପାହାଡି କନ୍ୟା କରଇ ଧନ୍ୟା

ଶୀତଳ ଜଳଦାନେ

ଗୀତା ଶ୍ରବଣ ଚିତ୍ତ ହରଣ

କୁହୁକ ମନ୍ତ୍ର ତାନେ।

କୁଳ ରମଣୀ ଓଢ଼ଣୀ ଟାଣି

ଜଳାଏ ସଞ୍ଜବତୀ

ଜଗତ ଜନ ମଙ୍ଗଳ କାମ୍ୟ

କରନ୍ତି ଏଠି ନିତି।

ଭକତି ମନେ ମୋ ଦେଶ ଜନେ

ପ୍ରାତଃ ସ୍ନାହାନ କାଳେ

ସୂର୍ଯ୍ୟ ଦେବତା କରନ୍ତି ପୂଜା

ଶୁଦ୍ଧ ଭକତି ଜଳେ।

ଏପରି ଦୃଶ୍ୟ ଦୃଶ୍ୟ କେବଳ

ଏହି ମୋ ପ୍ରିୟ ଦେଶେ

ଆର୍ଯ୍ୟ ଭୂମିର ଆମେ ସନ୍ତାନ

ପରିଚିତି ଏ ବିଶ୍ୱେ।



Rate this content
Log in