Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjita Das

Others

2  

Ranjita Das

Others

ଝିଅ ସେ

ଝିଅ ସେ

1 min
304


ଝିଅ ସେ ଝଟକୁଥିବା ରମଣୀୟ ମୋତି,

ଝିଅ ସେ ବାପା ବୋଉର ଗେଲ୍ଲୀ,

ଝିଅ ସେ ଖୁସିର ପସରା ଦିଏ ମେଲି |


ଝିଅ ସେ ତା ପାଇଁ ବାପ ଘରେ ନାହିଁ ତିଳେ ବାରଣା,

ଝିଅ ସେ ତା ପାଇଁ ଶାଶୁ ଘରେ ଲାଗେ କେତେ କଟକଣା |


ଝିଅ ସେ ଏଇ ଅଗଣାର ଫୁଲ କଢି,

ଝିଅ ସେ ଦେବ ଆଉ କାହା ସୁନାର ସଂସାର ଗଢି |


କେବେ ଚଳେ ସ୍ୱାମୀ ମନ ନେଇ,

କେବେ ଚଳିଯାଏ ଶାଶୁ ଶ୍ୱଶୁରଙ୍କୁ ନେଇ,

ସଭିଙ୍କ ମନ ରଖିବାକୁ 

ନିଜ ପାଇଁ ସମୟ ଟିକେ ନାହିଁ |


ଝିଅ ସେ ଦୁଇ ପ୍ରକାର ଅଭିନୟର ଅଧିକାରୀ, 

କେବେ ଝିଅ ହୋଇ କେବେ ବୋହୂ ହୋଇ 

ସଭିଙ୍କ ମନେ ଦିଏ ଖୁସି ଭରି |



Rate this content
Log in