Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Others

2  

Bijay Prusty

Others

ବେସୁରା ଗୀତି-୭୨୩

ବେସୁରା ଗୀତି-୭୨୩

1 min
6.6K


ବେସୁରା ଗୀତି-୭୨୩

 

ଅନ୍ଧାର ରାତି ରେ ନିଦ ଭାଙ୍ଗିଗଲା

ଉଠିଲି ଯେବେ ମୁଁ ଚେଇଁ,

ପବନ ବହୁଛି ସାଇଁ ସାଇଁ ହୋଇ

ବରଷା ମାରୁଛି ହାଇ  ॥

ବରଷା ଆଖିରେ ଦୁନିଆଁ ର ସବୁ

ନିଦ ଭରିଅଛି ବୋଲି,

ନିଦଭରା ଆଖି ଦେଖିବାକୁ ତାର

ବସିଲି ମୁଁ ଆଖି ଖୋଲି  ॥

ନିଦ ମଳ ମଳ ଆଖି ଥିଲା ମୋର

ଆଖିରେ ଆଖିଏ ନିଦ,

ବାହାରେ ଶୁଭିଲା ଥିରି ଥିରି ସ୍ଵରେ

ବର୍ଷା ର ପାଦ ଶବ୍ଦ  ॥

ତା ପାଦ ରେ ବନ୍ଧା ପାଉଁଜି ର ସ୍ଵର

ରିମ ଝିମ ଶୁଭୁ ଥିଲା,

ବରଷା ରାଣୀ ମୋ ଥିରି ଥିରି ପାଦେ

ମୋ ଆଡକୁ ଆସୁଥିଲା  ॥

ମୋ ଆଖିରୁ ସବୁ ନିଦ ହଜିଗଲା

ଆଖି ଖୋଲି ଦେଲି ଚାହିଁ,

ନ ଥିଲା ବରଷା ପବନ ଟା ଖାଲି

ବହୁଥିଲା ସାଇଁ ସାଇଁ  ॥


Rate this content
Log in