ଶୀତ ସକାଳରେ ଦିନେ
ଶୀତ ସକାଳରେ ଦିନେ
ଅତି ମନୋହର ସକାଳ ଶୀତଳ
କେତେ ଦିନ ପରେ ଆଜି
ମାର୍ଗଶୀର ମାସ ଗୁରୁବାର ବୋଲି
ରହିବାକୁ କ୍ଷଣେ ରାଜି
ସୂରଜ ଚମକ ଶୀତ ସକାଳରେ
ଗେଲ କଲା ପରି ଲାଗେ
ପ୍ରକୃତି ଦାରୁଣୀ ଅପ୍ରାକୃତ ବାଣୀ
କିଏ ଜାଣେ ଆସେ କେବେ।
ସକାଳ ସୂରଜ ଖେଳୁ ଯେବେ ଧିରେ
ଅମୃତ ପରଶ ଦିଏ
ଘରଣୀର ଡାକ ଉଠୁଛ କି ନାହିଁ
ମାଣବସା ବୋଲି କହେ
କାଉ ଡାକି ନାହିଁ ଗଗନେ ପବନେ
ନିଦ ସରି ନାହିଁ ସେତେ
ଯଉବନ ଥିଲେ ପ୍ରଣୟ ପାଖରେ
ରତି ମନେ ସବୁ ବିତେ
ପାଖରେ ଚାହାଟା ଥୋଇଲାଣି ପ୍ରିୟା
ଉଠିବାକୁ ହେବ ପୁଣି
ମାଣବସା ବୋଲି ଆସୁନାହିଁ ପାଖ
ପ୍ରୀତି କାଳେ ଦେବି ବୁଣି
ଶୀତର ମହୁଆ କମ୍ବଳ ଛାଡୁନି
ଘରଣୀ ଘୋରୁଛି ଝୋଟି
କେତେବେଳେ ପୁଣି ଡାକଟେ ଛାଡୁଛି
ଅଫିସି କି ଆଜି ଛୁଟି।
ସୂରଜ ଉଠିଲେ ଆକାଶ ମଣ୍ଡଳେ
ଉଠିବାକୁ ହେବ ପୁଣି
ବେଦନା ବ୍ୟାହତ ହେବ ବୋଲି ପ୍ରିୟା
ହସୁଥାଏ ମନ ଜାଣି।
ପ୍ରଶାନ୍ତ କୁମାର ହୋତା