Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shiba Charan Mahapatra

Others

3  

Shiba Charan Mahapatra

Others

ସବୁପରା ତୁମ ଦାନ

ସବୁପରା ତୁମ ଦାନ

1 min
234



କି ଥିଲା ସୃଷ୍ଟି ଆଗରୁ 

କି ଅବା ସୃଜନ ଠାରୁ

ଜଳ ସ୍ଥଳ ବାୟୁ ଅଗ୍ନି ଅବା ଅମ୍ବର 

ଜାଣେନା ଜାଣେନା ମତି 

କଳିବାକୁ ତୋ ଶକତି

ତୁହି ସୃଷ୍ଟି ତୁହି ସ୍ରଷ୍ଟା ତୁ ପରାତ୍ପର ।


ଧୂଳିକଣା ଆତ୍ମା ମୁହିଁ 

ହସୁଥାଏ ତୋତେ ଚାହିଁ 

ତୋ ହସର ରହସ୍ୟକୁ ନପାରି ଛୁଇଁ 

ତୋ ଆଶିଷ ବର୍ଷା ବାରି

ଶିରେ ମୋର ଗଲେ ଝରି

ମୁଢମତି ସାରୁ ପତ୍ର ସାଜଇ କାଇଁ ।


କୋକୀଳ କଣ୍ଠରେ କୁହୁ

ଫୁଲ ଦେହେ ମିଠା ମହୁ

ନିର୍ଝରିଣୀ ମୃଦୁ ମୃଦୁ ସ୍ୱର ମୂର୍ଚ୍ଛନା

ଅକାରଣ କାରଣ ତୁ

ନିରାନନ୍ଦ ଆନନ୍ଦ ତୁ

ପଥ-ପଥି-ସାରଥି ତୋ ହାତ ସର୍ଜନା ।


ହସ କାନ୍ଦ ଲହୁ ଲୁହ 

ଛାତି ତଳ ମୁକ କୋହ

ଶୁଣିଛି ମୁଁ ସବୁକିଛି ତୁମରି ଦାନ

କାମନା ବାସନା ରଙ୍ଗେ  

କାମିନୀ ଯାମିନୀ ସଙ୍ଗେ 

ଆନମନା ହୁଏ କାଇଁ ଅବୁଝା ମନ ।


ତୋ ହାତରେ ଡୋରୀ ଯେବେ

ଇନ୍ଦ୍ରିୟ କାହିଁକି ଭାବେ

ସର୍ବ ସୁଖ ତା' ହାତର ଖେଳଣା ବାଡି

ସ୍ୱସ୍ୱାର୍ଥ ଅହଂ ଗରବେ 

ପଶୁ ତୁଲ୍ୟ ଜିଏଁ ଭବେ 

ଦାନବ ପ୍ରବୃତ୍ତି ଗର୍ଜନ ମାରେ ଘଡ୍ ଘଡି ।


ଟେକି ଦେଲି ଦୁଇ ହାତ

ରଖ ବାରେ ଜଗନ୍ନାଥ 

ସବୁତ ତୁମରି ଇଛା ମୋ ଇଛା ଅନିଚ୍ଛା 

ଅଧମ ମୁଁ ନରାଧାମ 

ତୋ ଆଦେଶେ ତୁଟୁ କାମ

ନାମ ସଂକୀର୍ତ୍ତନ ତୁଣ୍ଡେ ମୋ ଶେଷଇଛା ।


Rate this content
Log in