Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajalaxmi Tripathy

Others

2  

Rajalaxmi Tripathy

Others

ନୀଳ ତୃଷ୍ଣା

ନୀଳ ତୃଷ୍ଣା

1 min
6.6K


ନୀଳ ତୃଷ୍ଣା,

ଥରଟିଏ ଖୋଲିଦିଅ,

ନିର୍ବାସିତ ସେଇ ପ୍ରୀତି-ପକ୍ଷୀ ଟିକୁ,

ଦେଖାଇବ ସିଏ ତାର,

ହୃଦୟର ଗାଢ଼ ପ୍ରେମ,

ଭୁଲିଯାଇ ଯେତେ ପୀଡା,

ତା ଦୁଇ ପାଦର।


ନୀଳତୃଷ୍ଣା,

ଥରଟିଏ ସ୍ପର୍ଶ ଦେଇଯାଅ,

ପ୍ରତୀକ୍ଷା ର ସମୟରେ ଥିବା,

ସେହି ଗୋଧୁଳି ବେଳାକୁ,

ଏକ ସଂଯତ ନଦୀର ତୃଷ୍ଣାରେ

ଗ୍ରନ୍ଥିସବୁ ଖୋଲି ଯିବ,

ଶୋଷିବାକୁ ଯେତେସବୁ କଳାଛାଇ,

ତା ପ୍ରାଚୀନ ଆବେଗର ।


Rate this content
Log in