Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ମକର ସଙ୍କ୍ରାନ୍ତି

ମକର ସଙ୍କ୍ରାନ୍ତି

1 min
7.0K


ଦକ୍ଷିଣରୁ ଅଂଶୁ ଢଳିଲେ ଉତ୍ତରେ ଦିନ ଆଜିଠାରୁ ବଡ

ପତି ଜମାଳୟୁ ଫେରିଲେ କମଳ ହେବନାହିଁ ଆଉ ଜଡ ।

ସତୀ କମଳିନୀ ପ୍ରାଣ ତେଜିଥିଲା କିବା ଲାଭ ପତି ବିନା

ପତିଙ୍କ ଉତ୍ତର ଗତି ଦେଖି ଆଉ ହେବ ନାହିଁ ଆନମନା ।

ଶୀତର ପ୍ରକୋପ ଉଣା ହୋଇବାରୁ ଦିନ ବଡ ହେଲା ଅତି

ମକର କ୍ରାନ୍ତିକୁ ଗତି ହେତୁ ନାମ ହେଲା ମକର ସଙ୍କ୍ରାନ୍ତି ।

ଆଖୁ ଗୁଡ କନ୍ଦ ନୂଆ ଚାଉଳରେ ପ୍ରସ୍ତୁତ ହୁଏ ମକର

ମକର ଚାଉଳ ଖାଇଲେ ଦୁର୍ଦଶା ହୋଇବ ଆମ ବକର ।

ମନ୍ଦ ଗତି ପବନର ସହାୟକ ଗୁଡି ଉଡାଇବା ପାଇଁ

ଉର୍ଦ୍ଧକୁ ଉଠିବା ଭୂ-ପତିତ ହେବା ଏହି ଶିକ୍ଷା ଦେବା ପାଇଁ ।

ଦିନ ବଡ ଯେଣୁ କାମ କରିବାକୁ ସମୟ ମିଳେ ଅଧିକ

କ୍ରାନ୍ତିକାରୀ ଦିନ ମକର ସଙ୍କ୍ରାନ୍ତି କ୍ରାନ୍ତିର ହେଉ ଉଦ୍ରେକ ।


Rate this content
Log in