Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

2  

Prasanna Kumar Madala

Others

ଜୀବନରେ ଥିଲେ ଭଲା

ଜୀବନରେ ଥିଲେ ଭଲା

1 min
282


ଏଇ ଆଜି ସଞ୍ଜବେଳେ

ବଢେ ଯେବେ କାହୁଁ ଆସି ପବନର ବେଗ

ବାହାରେ ଦେଖିଲି ହେଳେ

ଆକାଶରେ ରାଶି ରାଶି ଘୋଟିଗଲା ମେଘ ।


ତଥାପି ସେ ମେଘ ଫାଙ୍କେ

ହସୁଥିଲେ ଆଖି ଠାରି ଅଳ୍ପ କେତେ ତାରା

ନିଜ ମଧ୍ୟେ ଯେବେ ଝାଙ୍କେ

ଦିଶେ ଦୁଃଖ ଆରପାରି ଆଲୋକର ଧାରା ।


ଦେଖିଲି ମୁଁ କିଛି କ୍ଷଣେ 

ଗୋଟିଏ ବି ସେହିଭାଗେ ଆଉ ଦିଶେନାହିଁ 

କିଛି ଦୂରେ ଥିଲେ ପଣେ

ସତେ ଅବା ଅନୁରାଗେ ମୋ ଆଡ଼କୁ ଚାହିଁ ।


ମୋ ଜୀବନ ଏକ ଫାଳେ

ଏବେ ପଛେ ଥାଉ ଘୋର ଅନ୍ଧକାର ପୂର୍ଣ୍ଣ

ପ୍ରାପ୍ତି ଆନ ଦିଗେ କାଳେ

ପୂରାଇବ ଆଶା ମୋର ହେବନାହିଁ କ୍ଷୁର୍ଣ୍ଣ ।


ମେଘ ଯେବେ ଛାଡିଗଲା

ବାହାରକୁ ଧାଇଁ ଆସି ଦେଖେ ତାରାମେଳ

ଜୀବନରେ ଥିଲେ ଭଲା

ବାଧାବିଘ୍ନ ଯେତେ ନାଶି ଚାଲିଥିବ ଖେଳ ।




Rate this content
Log in