Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narayan chandra Senapati

Others

3  

Narayan chandra Senapati

Others

ଗଛଟିଏ ରୁଅ

ଗଛଟିଏ ରୁଅ

1 min
156


ସ୍ରଷ୍ଟାଙ୍କର ସୃଷ୍ଟି ବିଚିତ୍ର ପୃଥିବୀ

ମା ମଧ୍ୟେ ପ୍ରାଣୀ ଉଦ୍ଭିଦ

ପରସ୍ପର ପରିପୁରକେ ବଢ଼ନ୍ତି

ନ ରଖି ମନରେ ଭେଦ ।


ସର୍ବଶ୍ରେଷ୍ଠ ସୃଷ୍ଟି ଏ ମାନବ ଜାତି

ଗଛକୁ ଭାବଇ ହୀନ

ତା ପାଇଁ ବଞ୍ଚୁଛି ବଢୁଛି ନ ଭାବି

କରେ ତାର ଅବସାନ ।


ସବୁଜ ସୁନ୍ଦରୀ ପାଦପ ଲଳନା

ଦେଖାଯାଏ ସାଧାରଣ

ତା ଗୁଣ, ମହିମା ବଖାଣି ବସିଲେ

ବୁଦ୍ଧି ଜ୍ଞାନ ହୁଏ ଶୁନ୍ୟ। ।


ଦୂଷିତ ଅଙ୍ଗାରକାମ୍ଳ ପାନ କରି

ବାଣ୍ଟିଥାଏ ଅମ୍ଳଜାନ

ଯାହାକୁ ମୁହୂର୍ତ୍ତେ ପର କରିଦେଲେ

ଜୀବନ ଛୁଏଁ ଶ୍ମଶାନ ।


ଖାଦ୍ୟ,ବସ୍ତ୍ର,ବାସଗୃହ ଆଦି ଦେଇ

ଓଠରେ ଫୁଟାଏ ହସ

ଔଷଧ ଦେଇ ସେ ସୁସ୍ଥ କରି ଗଢେ

ମନରେ ଭରେ ଉଲ୍ଲାସ  ।


ଯେଉଁ ମାଟି ସାଜେ ଆମର ଆସ୍ଥାନ

କରେ ତାକୁ ସଂରକ୍ଷଣ

ବନ୍ୟା,ବାତ୍ୟା ସଙ୍ଗେ ଯୁଦ୍ଧ କରି ଶୁଏ

ବଞ୍ଚାଏ ଆମ ଜୀବନ  ।


କୋମଳ ଶୀତଳ ପରଶ ଦେଇ ସେ

ଅଂଶୁଘାତୁ କରେ ରକ୍ଷା

ସବୁଜ ଘରର ପ୍ରଭାବ ଚମକେ

ଦେଇ ଥାଏ ପ୍ରେମ ଭିକ୍ଷା  ।


ଅତି ବାଇଗଣୀ ରଶ୍ମୀ ତୀକ୍ଷ୍ଣ ଶରେ

ସୁରୁଜ ଯେବେ ତ ହସେ

ଓଜୋନ ସ୍ତରକୁ ଖୋରାକ ଦେଇ ସେ

ବୀର ଦର୍ପରେ ବିନାଶେ   ।


ଗଛର ପତର ଉତ୍ସେଦନେ ଜଳ

ଯେବେ ଆକାଶକୁ ଦିଏ

ବରଷା ଦିନରେ ମେଘରୁ ବରଷି

ଆମ ଜୀବନ ବଂଚାଏ  ।


ପ୍ରକୃତି ରୋଷେଇ ଶାଳା ଏହି ଗଛ

ପ୍ରକୃତି ଶୀତଳ ଭଣ୍ଡାର

ବିଶ୍ୱ ତାପନର ପରମ ଶତ୍ରୁ ସେ

ଶୁଦ୍ଧତାର ପାରାବାର  ।


ଗଛ ଲଗାଇବା ମହା ପୁଣ୍ୟକାମ

କହଇ ଆମ ପୁରାଣ

ତା'ର ଉପକାର ପାରେ ନାହିଁ କଳି

ଗଣିତ କିବା ବିଜ୍ଞାନ  ।


ଅଜ୍ଞାନ ମାନବ ବୁଝେନା ତା ଦାନ

ଧ୍ବଂସକରେ ଆଖି ବୁଜି

ଆଧୁନିକତାର ଉତ୍ତପ୍ତ ଛୁଆଁରେ

ପ୍ରତିକ୍ଷଣେ ମରେ ଭାଜି ।


ଗଛଟିଏ ରୁଅ,ତା ଯତନ ନିଅ

ବଞ୍ଚାଅ ଦେଇ କି ଜଳ

ସେ କରିବ ଯତ୍ନ,ରଖିବ ଜୀବନ

ବଞ୍ଚିଥିବ ସେ ଯେତେକାଳ  ।


Rate this content
Log in