Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

3  

Abhakanta

Others

ଆଜିର ଅଙ୍ଗୀକାର

ଆଜିର ଅଙ୍ଗୀକାର

1 min
13.8K


ଆଜିର ଅଙ୍ଗୀକାର

 

ଆଭାକାନ୍ତ ମହାନ୍ତି

 

ଦରକାର ଦିନେ ଦୁଆରେ ଦେଖିଲା ଦୋଳା ଦୁର୍ଗତିର ରୂପ

ସମର୍ଥ ସମୟ ସୀମାରେ ସାଉଁଟି ସାଧେ ସାଥୀର ସଂକଳ୍ପ ।

ଦେହ-ଦହନର ଦୁର୍ଗରେ ଦମ୍ଭଟା ଦାଣ୍ଡକୁ ଦେଲେ ଦର୍ଶାଇ

ମନର ମିଳନ ମଳିନ ମୂଳରୁ ମାନେନା ମଲାଙ୍ଗେ ମୋହି ।।

 

ସାତ ସୃଜନର ସାଥୀର ସପନ ସତରେ ଶୁକୁଟିଯାଏ

ଗୋଟିଏ ଗମାତ ଗୋଟାଇ ଗମ୍ଭୀରେ ଗୋଟମା ଗିଳାରେ ଗାଏ ।

ସୃଜନ ଶବଦ ସଫଳ ସାଧେ କି ସ୍ୱୀକୃତିର ଶିଳାଲେଖେ

ଅୟୁତ ଆଶାର ଅଙ୍ଗୀକାର ଅଛି ଅଛୁଆଁର ଅନ୍ତରୀକ୍ଷେ ।।

 

ଜୀବନ ଜିଇଁବ ଯାଉ ଯେତେଦିନ ଯାତ୍ରା ଯବନିକା ଯାଏ

କବଳି କର୍ପୂର କଠୋର କାହାଣୀ କର୍ମରେ କରକା ପ୍ରାୟେ  ।

ଠକି ଠିକେ ଠିକେ ଠକଠକେ ଠିଆ କାଠ ଛ'ଖଣ୍ଡର ଠେକ

ଛଳେ ଛୁକନା ଛାପି ଛାଡ଼ିଲେ ବି ଚହଟେ ଚଡ଼କା ଛକ ।।

 

ଛିଟିକୁଟି ଚିନ୍ତା ଛଟପଟ ପ୍ରାଣ ଛଳେ ଛଳଛଳୀ ସିନା

କାମନା କତିରେ କର୍ତ୍ତବ୍ୟ କାଖାଏ କାଉଁରିଆ କାଠି ବାନା  ।

ପ୍ରେମର ପ୍ରତ୍ୟୟ ପାଲଟଇ ପରୀ ପୁର ପାରିଜାତ ପରି

କାଳକ୍ରମେ କଳି କୁହୁଳା କୁହୁକେ କୋଳାଏ କର୍ମ ଆବୋରି ।।

 

ଜିଇଁବାର ଯେତେ ଜିଜ୍ଞାସା ଯାଚନା ଜଉଘରେ ଯାଇ ଜିଏଁ

ମହାନ ମହୀରେ ମଉଳି ମଉଳି ମହାର୍ଘ ମନଟା ଶୁଏ  ।।

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in