ଜଳନ୍ତା ଜୁଇର ଜିଅନ୍ତ ମଣିଷ। କାଶ୍ୟପ ।
ଜଳନ୍ତା ଜୁଇର ଜିଅନ୍ତ ମଣିଷ। କାଶ୍ୟପ ।
କହିବାର ଖାଲି ବାକି ଥିଲା, କାହିଁକି ? ଏ ପାଗଳାମୀ , ତମେ ମୋ ପ୍ରତିକ୍ଷା କରିବ, ମୁଁ ଆଉ ,ଲେଖିବିନି ତମ ପାଇଁ କବିତା । (୧)
କୁହ ! କରି ଦେବି କି ? ମୋ ହୃଦୟକୁ ଯନ୍ତ୍ରଚାଳିତ ହୃତପିଣ୍ଡ, ଭୁଲି ଯିବିକି ? ଶୁଣିବାର ତା ସ୍ପନ୍ଦନ ଛାଡି ଦେବି କି ? ବଞ୍ଚିବାର ସ୍ଵପ୍ଣ , କଳ୍ପନାର ମୋ ଦୁନିଆଁ , ତମ ବିନା ସେ ତ ଏକା ମୋ ନିଃସଙ୍ଗତାର ସାଥୀ ତମେ ତ ଆଡ ଆଖିରେ ଚାହଁନି ମତେ, କଥା ପଦେ ବି ହୁଅନି କେବେ । (୨)
ତମେ ଜାଣନି କି ? ତମ ଭାଗ୍ୟ ଯେ ତମ ହାତରେ ଲେଖା, ସମୟର ଅଭାବ କହି ଖେଳ ତମେ ଲୁଚକାଳି ଲଜକୋଳି ଲତା ଭଳି ତମେ ଯେ ମୁଦିଦିଅ ସବୁ ଝରକା କବାଟ, କହି ଦେଲ ଭଲ କଲ ଲେଖିବି ନି ତୁମ ପାଇଁ ଆଉ କବିତା, କହିବାର ଖାଲି ବାକି ଥିଲା ପାଲଟି ଯିବାକୁ ଜଳନ୍ତା ଜୁଇର ଜିଆନ୍ତା ମଣିଷ , ଜଳନ୍ତା ଜୁଇର ଜିଆନ୍ତା ମଣିଷ । (୩)
ରାମ ପ୍ରସାଦ ବିଶୋଇ । ରାୟଗଡା । ସମୟ- ସକାଳ-୬-୪୯ ମିନିଟ ତା-୦୨-୦୫-୧୬ ।