ସଂଳାପ-୧୬
ସଂଳାପ-୧୬
1 min
6.4K
ସଂଳାପ-୧୬,
ବର୍ଷାର ସ୍ମୃତିରେ
#ମଧୁଲତା।
*
ଖୁସି ସବୁକୁ ସାଉଁଟି
ଆଣି,
ଅଞ୍ଜଳିରେ କରିଦେଲ
ଭର୍ତ୍ତି,
ଯେତେବେଳେ
#ମଧୁଲତା ,
ଆଉ,ଚାଲିଗଲ
ଅତୀତର ସ୍ମୃତିର
ତୁମ ଓ ମୋ ସ୍କୁଲ ଫେରନ୍ତା
ରାସ୍ତାର
ବର୍ଷାଭିଜା ଦୃଶ୍ୟକୁ------!
**
ଖୋଜିଲ ଦେଖି
ମତେ,
କେଉଁଠି ? ଅଛି
ଆଜି,
ମୁଁ ତୁମ ସହ,
ଲୁହରେ,ନା ହସରେ,
ସ୍ୱପ୍ନରେ ନା ବାସ୍ତବରେ,
ବର୍ଷାରେ ନା ମଳୟର
ହାଡ଼ ଭଙ୍ଗା ଶୀତରେ,ନା ଗ୍ରୀଷ୍ମର ନିଧାଘରେ, ନା କେଉଁ ? ଏକ ହଜିଲା ଅତୀତର ଖୋଜିଲା
ରାତି ଓ ରତ୍ତିର
ରେଜେଇ ଭିତର ଉଷ୍ମତା
ଅଵା
ଦେହ, ଦାହ ଅଗ୍ନ୍ନି
ଜ୍ୱାଳା ଓ ଜ୍ଵଳନ ଭିତରେ---------------!!
©®କାଶ୍ୟପ,ରାୟଗଡା ।