ଶଗଡ଼ିଆ ଭାଇ ହୋ...
ଶଗଡ଼ିଆ ଭାଇ ହୋ...
ଶଗଡ଼ିଆ ଭାଇ ହୋ...
ଆଭାକାନ୍ତ ମହାନ୍ତି
ଶଗଡ଼ିଆ ଭାଇ ହୋ...
ବଳଦଙ୍କୁ ହାଙ୍କ ଧୀରେ,
ଖଲିଆ ହୋଇଛି ବଳଦ ପଟେ ମୋ
ଧୀର ହୁଏ ଚାଲିବାରେ । ୦ ।
ବାଟଟା ଭୂତିଆ ଲାଗିଲାଣି ଏବେ
ମନରେ ଛାଉଛି ଶଙ୍କା,
ବେଶି ଦୂର ତୁମେ ଆଗେଇ ଗଲେ ମୁଁ
ହୋଇଯିବି ସିନା ଏକା,
ଆଜିକାଲି ବାଟୁ ସହଜ ନୁହଇଁ
ଗାଡ଼ିଗୁଳା ଚିହ୍ନିବାରେ । ୧ ।
ନଇଁଆସେ ସଞ୍ଜ, ଡିବିରିରେ ମୋର
ଅଳପ ରହିଛି ତେଲ,
ଚାଲିବାକୁ ହେବ ଠିକଣା ଯାଏଟି
ଘୋଟୁ ବି ଅନ୍ଧାର ଝୁଲ,
ବଢୁଛି ମୋ ଶଙ୍କା, ହୋଇଗଲେ ଏକା
ରହିବ କି ସଂସାରରେ ? ୨ ।
ବାଟସାରା ଗାଆଁ ଶୋଇପଡ଼ିଛନ୍ତି
ନାହିଁ କେହି ଚିହ୍ନିବାକୁ,
ଅନ୍ତରରେ କଥା ଫାଟିପଡ଼ିଲେ ବି
କହିବି କୁହ କାହାକୁ,
ପଦ ପୂଜେ ପାଦ, ବେସୁଧ ବି ଛନ୍ଦ
ଆଜିର ବତାସୀ ସୁରେ । ୩ ।
ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪
ଫୋନ୍-୯୦୪୦୦୦୩୧୦୧
*****