ଝଡ ପୁଣି ରାବଣ ପୋଡିରେ
ଝଡ ପୁଣି ରାବଣ ପୋଡିରେ
ଝଡ ପୁଣି ରାବଣ ପୋଡିରେ
,,,,,,,,,,,,,,,,,,,,,,,,,,,,,,,,,,,,,,,,,,,
ରାମଲୀଳା ପଡିଆ ପୁରିଯାଇଥିଲା
ରାବଣଟା ପୋଡିବାର ଥିଲା....
କୁଆଡୁ ଆସିଲା ଲୈାହ ଦାନବଟା
ସଂସାର ସବୁକୁ ଉଜାଡି ଦେଲା....
ଠୋ ଠା ପୁଣି ଘର୍ଘର ଛୁକ୍ ଛୁକ୍
ଉଡେଇ ତ ନେଲା ବାପାଲୋ ବୋଉଲୋ
ବିକଳ ଚିତ୍କାର ପିଇଗଲା ସବୁ
ରାବଣ ଜଳିଲା ଖୁସିରେ ହସିଲୋ.....
ନିମିଷକଟାରେ ମଶାଣୀ ପାଲଟି
ଚଉଦିଗ ଅବା ଯାଉଥିଲା ଲୋଟି
ନିସ୍ତବଦ ହେଲା ରାତିଟି...
ତରୁଡାଳେ ବସି ପେଚା କୁନ୍ଥେଇଲା
ଖୁସିର ମୁହୁର୍ତ୍ତ ବିଷାଦେ ଭରିଲା
ଚତୁର୍ଦିଗ ହେଲ୍ ଶୂନ୍ୟଟି....
ଶ୍ରମଜିବୀ ଆଉ ତାଙ୍କ ପରିବାର
ରାବଣ ପୋଡିରେ ହେଲା ଛାରଖାର
ସପନ ରହିଲା ଅଧାତ...
ମାବୁଢୀ ଆଉ ବାପ ବୁଢା ଭାଳେ
ଅନ୍ଧଯମ କଣ ସେନେହର ବଳେ
ନେଲା ଜୀବ ତାଙ୍କ ସତତ..
ଝୁନା କହୁଥିଲା ରାବଣ ଜୀବନ
ଜଳେ ସିଏ ହୋଇ ଭାରି ହିନିମାନ
ଦାଉ ସାଧିଗଲା ସେଦିନ....
ମଣିଷ ସତେକି ଦିଦିନ କୁଣିଆଁ
ଭାରି ସଂଦେହୀ ସେ ଭାରି ଅମାନିଆଁ
ସରଗଲା ଯାଣ କଷଣ
ସରଗଲା ଯାଣ କଷଣ।।
୭୦୦୮୦୫୪୨୮୨-ପ୍ରତାପ ନାୟକ