Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kulamani Sarangi

Others

3  

Kulamani Sarangi

Others

ପଲ୍ଲୀ ଗୀତ - ୨୦

ପଲ୍ଲୀ ଗୀତ - ୨୦

1 min
14K


ସେ କାଳ ପଖାଳ ନାହିଁ ଲୋ ବଉଳ

ସବୁ ବଦଳି ଗଲାଣି,

ଅଛି ସେଇ ଗାଁ,ନଈ,ବଣ ବୁଦା,

ନାହିଁ ସେ ପବନ ପାଣି।

ନାଲି ଚାଉଳର ଦହି ପଖାଳକୁ

ମନ ହେଉଥିଲା ରଙ୍କ,

ତା ଦେହରେ ଲେମ୍ବୁ ପତର ମକଚା

ଦିଆ ହୋଇଥାଏ ଛୁଙ୍କ।

କଖାରୁ ବଡିର ମୁଶୁ ମୁଶୁ ଭଜା

ମୁଗ-ସଜନା ଖରତା,

ଝୁମ୍ପୁଲୀ ଫୁଲର ଜୀରାବଟା ପିଠଉରେ

ଭଜା ଗୋଲ୍ ବଡା।

ରସାଳ ସଜନାଛୁଇଁ ଭଜା ପୁଣି

କଞ୍ଚା ଆମ୍ବ-ଲୁଣ ପାଗ,

ତୋରାଣିରେ ରନ୍ଧା ଦଣ୍ଡେଇ ସାଙ୍ଗକୁ

ପଟାଳି କୋଶଳା ସାଗ।

ମୁଗ ଦିଆ ନେଉଟିଆ ସାଗ ପୁଣି

ବିଲ ଚୁଙ୍ଗୁଡି ବେସର,

ଜୀରାବଟା ଦିଆ ବାଉଁଶ କରଡି-

ଭଜା ସୁଆଦ ଅପାର।

ବାଲି ଛତୁ ସଙ୍ଗେ କଖାରୁ ଫୁଲର

ଚାଉଳ-ପିଠଉ ଭଜା

ଟିକି ଟିକି ହୁଙ୍କା ଛତୁର ସନ୍ତୁଳା-

ସହିତେ ପଖାଳ ମଜା।

ମୁକ୍ତକେଶୀ ବାଇଗଣ ସଙ୍ଗେ ମିଶି

ରସାଳ ବାରି ଝୁଡଙ୍ଗ,

କଷି କଖାରୁର ସୁଖିଲା ସନ୍ତୁଳା

ଭୁଲି ହେବ କି ଲୋ ସାଙ୍ଗ?

ଖାତିଆରୁ ଧରା ମାଗୁର ଝୋଳକୁ

ଗୁଆ ଘିଅ ଦିଆ ଅନ୍ନ,

ଟୁସି କଲରାର ସୋରା ସୋରା ଭଜା

ମୋହି ନେଉଥିଲା ମନ।

ସୋରିଷ ସାଗର ଚକା ବଡା ଆଉ

ମୁଗ ପକା ଆଳୁସାଗ,

ବାଜିଥିଲେ ଥରେ ପାଟିରେ ସୁଆଦ

ରହିଥିବ ଯୁଗ ଯୁଗ।

କଦଳୀ ଭଣ୍ଡାର ଭଜା, ମଂଜାରାଇ

ତୋଡି ମୁଣ୍ଡ ତରକାରୀ,

ଯିଏ ଖାଇଛନ୍ତି ଗାଁରେ ଆଜି ସେ

ସହରେ ହୁଅନ୍ତି ଝୁରି।

ମନକୁ ଆସୁଚି ଆଜି ଲୋ ବଉଳ,

କାହିଁ ଗାଁ ସମ ସରି?

ଘୋରା ମଣ୍ଡା ପିଠା,ପୁରିଆ କାକେରା

ବୋଉ ହାତ ତରକାରୀ ।

ନଡିଆ ପୁରର କାକରା ସାଙ୍ଗକୁ

ବସାଦହି ହେଲେ ଯୋଗ,

ବଡ ସୁଆଦିଆ ,ଜଗନ୍ନାଥଙ୍କର

ମନ୍ଦିରରେ ହୋଏ ଭୋଗ।

ଆଜି ଏଇଠେଇଁ ଥାଉ ଲୋ ବଉଳ

ପଡିଚି କେତେ ପାଇଟି,

ଘର କାମ ଟିକେ ସରିଯାଉ ପୁଣି

ଲଗେଇବା ଆମ ଖଟି।


Rate this content
Log in