Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Others

3  

Pranati Mahapatra

Others

କାଳିଆକୁ ଚିଠିଟିଏ - ୪

କାଳିଆକୁ ଚିଠିଟିଏ - ୪

1 min
6.7K


କାଳିଆରେ ନେବୁ ମୋର ଜୁହାର,

ଲେଖିଛି ଚିଟାଉ ଆଜି ପାଖକୁ ତୋର,

ପଢିବୁ ଶରଧାରେ ବିନତି ମୋର,

ବଡଭାଇ, ଭଉଣୀଙ୍କୁ କୋଟି ଜୁହାର।

ମୋ ଭାଗ୍ୟ ତୁ ଲେଖିଛୁରେ

ପଥର ତଳେ,

ଦୁଃଖର ପାହାଡେ ବସି

ଲୁହ ମୁଁ ଢାଳେ,

ମୋ ଲୁହ ତ ମୋ ପାଇଁ

ସୁଖ ଝରଣା,

କାହିଁକି କରିବି ଆଉ

କେଉଁ ଭାବନା,

କୁହୁଳି କୁହୁଳି ଆଜି

ଅନ୍ତର ଜଳେ ।

ମୋ ଭାଗ୍ୟ ତୁ ଲେଖିଛୁ ରେ...

କଷ୍ଟ କଲେ କହନ୍ତି ତ

ଶ୍ରୀକୃଷ୍ଣ ମିଳେ,

ଅଫଳନ୍ତି ବୃକ୍ଷ ଡାଳେ

ଫଳ ତ ଫଳେ,

ହାତ ପାହାନ୍ତାରେ ଥାଇ

ଖାଲି ମୁଁ ଅଣ୍ଡାଳେ,

ଭୋଗୁଛି ମୁଁ ଭୋଗୁଥିବି

ମୋ କର୍ମ ଫଳେ,

ଭାଗ୍ୟ ଯା'ର ବିପର୍ଯ୍ୟୟ

ଦୁର୍ଭାଗ୍ୟ କୋଳେ।

ମୋ ଭାଗ୍ୟ ତୁ ଲେଖିଛୁ ରେ...

ତୁହି ଭାବଗ୍ରାହୀ ପରା

ଜଗତନାଥ,

ତୋହରି ଆଜ୍ଞାରେ ସର୍ବେ

ହୁଅନ୍ତି ଆତଯାତ,

ହେଲେ ମୋ ଠାରୁ ତୁ

ବେଶି ଅନାଥ,

ହଜିଯାଏ ଅଙ୍ଗ ବସ୍ତ୍ର

ଦେଖୁଥାଉ ସତ,

ତଥାପି ତୁ ରହିଅଛୁ

ଜଗଜ୍ଜନ ମେଳେ।

ମୋ ଭାଗ୍ୟ ତୁ ଲେଖିଛୁ ରେ

ପଥର ତଳେ।

ମୋ ଭାଗ୍ୟ ତୁ ଲେଖିଛୁ ରେ..

ଶିକ୍ଷୟିତ୍ରୀ

ପ୍ରଣତି ମହାପାତ୍ର

ବାଲେଶ୍ଵର।


Rate this content
Log in