STORYMIRROR

Lata Behera

Others

3  

Lata Behera

Others

ମେଘ

ମେଘ

1 min
166

ବରଷା ଋତୁରେ ଆକାଶ ଦେହରେ 

   କଳା ମେଘ ଦେଖା ଯାଏ 

କଳା ମେଘ ଦେଖି ପୁଛକୁ ମେଲେଇ

   ମୟୂର ଯେ ନାଚୁଥାଏ ।


ଧୋବ ଫର ଫର ବଗ ବଗୁଲୀ ଯେ

   ଡେଣା ଝାଡି ଉଡି ଯାନ୍ତି

ତଳେ ଥାଇ ପିଲେ ଆକାଶକୁ ଚାହିଁ 

   କଉଡିକୁ ମାଗୁଥାନ୍ତି ।


କଳା ଧଳା ବଉଦରେ ଆକାଶଟି

   ଦେଖାଯାଏ କି ସୁନ୍ଦର 

ବରଷା ଛାଡିଲେ ସୂରୁଯ ଆସିଲେ

   ଦିଶେ କେଡେ ମନୋହର ।


ମେଘ ଦେହେ ଇନ୍ଦ୍ରଧନୁ ପଡି ଥାଏ

   ସପ୍ତ ରଙ୍ଗରେ ସେ ଶୋହେ

ଝଲ୍ସି ଯାଏ ଆଖି ରହି ଥାଏ ଲାଖି

   ସବୁରି ମନକୁ ମୋହେ ।


ଖଣ୍ଡ ଖଣ୍ଡ ଧଳା ବାଦଲ ଧାଅଁଇ

   ଆଖି ନେଉଥାଏ ଟାଣି

ଆକାଶ ବକ୍ଷରେ କଳା ମେଘ ହେଇ

   ଝରଇ ବରଷା ପାଣି ।


ଏଇ ମେଘ ଦେହେ ଦିନରେ ସୂରୁଯ 

   ପୂରୁବ ଦିଗରୁ ଉଏଁ

ପଶ୍ଚିମ ଆକଶେ ଅସ୍ତ ଯାଏ ଯେବେ

   ମନ ହୃଦୟକୁ ଛୁଏଁ ।


କେଡେ ମନଲୋଭା ଅସ୍ତଗାମୀ ସୂର୍ଯ୍ୟ 

   ଲୋହିତ ବର୍ଣ୍ଣେ ବିଚିତ୍ର 

ତନୁ ମନକୁ ସେ ହରଣ କରଇ 

   ହେଇଥାଏ କି ଚିତ୍ରିତ ।


ସନ୍ଧ୍ୟା ସମୟରେ ମେଘ ଆକାଶରେ

   ସନ୍ଧ୍ୟା ତାରା ଆସି ଥାଏ

ଜହ୍ନ ସହିତରେ ତାରାର ଗହଣେ 

   କି ସୁନ୍ଦର ଦେଖା ଯାଏ ।


ମେଘ ବାଦଲରେ ଜହ୍ନ ଧାଉଁ ଥାଏ 

   କଳା ମେଘ ଦିଏ ଢାଙ୍କି

କ୍ଷଣିକ ଭିତରେ କରି ଅତିକ୍ରମ

   ଜହ୍ନ ମାରେ ପୁଣି ଉଙ୍କି ।


ଘୋର ଗର୍ଜନର ମେଘର ରାତିରେ 

   ଶ୍ରୀକୃଷ୍ଣ ଜନମ ହେଲେ 

କଳା ମେଘ ଦେହେ ବିଜୁଳି ଆଲୁଏ

   ବସୁଦେବ ଯାଉ ଥିଲେ ।


ଉଗ୍ରସେନ ରାଜା ପଥ ଓଗାଳିଲେ

   ମେଘରେ ବିଜିଜୁଳି ମାରେ

ଚତୁର୍ଦ୍ଧାମୂରତି ରୂପକୁ ଦେଖିଣ

   ଶରଣ ଗଲେ ପୟରେ ।


ଏଇ ମେଘ ଯୋଗୁଁ ବୃଷ୍ଟି ହେଉଅଛି

   ବୃଷ୍ଟିରୁ ଜଗତ ହସେ 

ସବୁଜ ଶ୍ୟମଳେ ହସଇ ପୃଥିବୀ

  କେଡେ ସୌନ୍ଦର୍ଯ୍ୟ ସେ ଦିଶେ ।


ଗଛ ଯୋଗୁଁ ସିନା ମେଘର ଦେହରୁ 

   ଝରଇ ବରଷା ପାଣି

ଏବେ ମେଘ ଗତି ବଦଳାଇ ଦିଏ

   ନର ଦେଲା ଗଛ ହାଣି ।


ଲଗାଇବା ବୃକ୍ଷ ହସିବ ଜଗତ

   ସୁନ୍ଦର ଦିଶିବ ମହୀ

ମେଘକୁ ଦେଖିବା ଆକାଶ ବକ୍ଷରେ

  ମାଟି ମାଆ କୋଳେ ରହି ।



Rate this content
Log in