Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Others

2  

Dr Jharana Satapathy

Others

ମାଆ ତାରିଣୀ

ମାଆ ତାରିଣୀ

1 min
444


ଯାଇ ମୁଁ ପାରୁନି ମା ତୋରି ଦୁଆରେ

କରୁଛି ବିନତି ଏଠି ଭକ୍ତିସହକାରେ

ମା ବୋଲି ତତେ ଡାକୁଛି ପ୍ରତିନିତି

ମନରେ ମୋର ସଦା ଅସୀମ ଭକ୍ତି

ସଦାବେଳେ ପଠନ କରେ ତବ ସ୍ତୁତି

ତୋ ଭକ୍ତିରେ ମନରେ ଆସିଥାଏ ଶାନ୍ତି

ନିଷ୍ଟାରେ କରେ ତତେ ମୁଁ ଜୁହାର

ଭକ୍ତିରେ କରେ ତୋର ମଙ୍ଗଳବାର

ମାଗୁନାହିଁ ଧନ ଜନ ବିପୁଳ ସମ୍ପତି

କରୁଣା ମୟୀ ଗୋ ସାହା ହେଵୁ ନିତି

ନୟନୁ ଝରାଏ ନୀର ତତେ ଆଶ୍ରାକରି

ତୋ ଚରଣେ ତଳେ କରେ ମୁଁ ଗୁହାରି

ଧୂପ,ଦୀପ ସଂଗେ ହୁଳହୁଳୀ ଦେଇ

କରୁଛି ପ୍ରଣାମ ଘେନ ମା ତୁହି

ଘଟଗାଁରେ ତାରଣୀ ନାମଟି ତୋର

ତୋ ନାମ ଧରିଲେ ଦୁଃଖ ହୁଏ ଦୂର

ଶକ୍ତିମୟୀ ରୂପେ ପାଉତୁ ପୂଜା

ଫରଫର ହୋଇ ଉଡେ ତୋର ଧ୍ବଜା

ଚୈତ୍ର ମାସରେ ପଡେ ତୋର ପରବ

ଆନନ୍ଦ ଉଲ୍ଲାସରେ କରନ୍ତି ସର୍ବେ

ନମୋ ନାରାୟଣୀ ମା ଦୁର୍ଗତିନାଶିନି

ମାଗୋ ସିଂହବାହିନି ଶକ୍ତି ସ୍ବରୁପୁଣି

ହେ କ୍ଷମାମୟୀ ମା ଦୋଷ କ୍ଷମାକର

ତବ ପାଦତଳେ ଏତିକି ପ୍ରଣିପାତ ମୋର


ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର


Rate this content
Log in