ହେ କୀର୍ତ୍ତି କୋଣାର୍କ !
ହେ କୀର୍ତ୍ତି କୋଣାର୍କ !
1 min
6.5K
ଏ କିସ କବିତା ସୃଜିଲ ସଜନୀ
କବିତା ନୁହେଁ ତ
ପ୍ରୀତି ପଂକ୍ତି,ପରିଭାଷା ।
ଶବ୍ଦରେ ଶବ୍ଦରେ, ବାକ୍ୟ ବାଢ଼ିଦେଇ
ଉଜ୍ଜୀବିତ କରେ
ପ୍ରେମ ଜାଗରଣ ଆଶା ।
ସତ ମୁଁ କହୁଛି ସେ ଦିନ ଆସୁଛି
ଭାବରେ ଭାବରେ
ବାନ୍ଧିଦବ ତନୁ ମନ ।
ତିନି ଭୁବନରେ ତୁମେ ହିଁ,ତୁମେ ହିଁ,
ସତେକି ସୃଜିବ
ଆଉ ଏକ ବୃନ୍ଦାବନ !
ବୃନ୍ଦାବନେ ଥିବେ ଅଷ୍ଟ ପାଟବଂଶୀ,
ଦ୍ଵାରିକାଧିପତି,
ନଥିବ ଗୋପର ଲୀଳା ।
ନୀତିରେ ନୀତିରେ ପ୍ରୀତିରେ ପ୍ରୀତିରେ
ମାନବବାଦର
ସ୍ୱରୂପ ହେବ ସୁଫଳା ।
କବିତା ହସୁଛି, ସେ ଦିନ ଆସୁଛି
ସକାଳେ ସଞ୍ଜରେ
କବିତା ଆଉ କବିତା ।
ତୁମ ଲେଖନୀର ସେ କବିତା ସବୁ
କଥାରେ କଥାରେ
ହୋଇବ ଜଗତ ଜିତା ।
ସେ ଦିନ ଭାବିବି କୃତାର୍ଥ ହେଲି ମୁଁ,
ସାର୍ଥକ ହେଲା ମୋ'
ପୁଣ୍ୟ ପ୍ରାଣର ପ୍ରଣୟ ।
ଧନ୍ୟ ଗୋ ତ୍ରିବେଣୀ ଶିଳାର ଶାଳିନୀ
ବନ୍ଦୀ ମୁଁ ,ତୁମରି
ମନ୍ତ୍ରରେ ହେବି ମୃଣ୍ମୟ ।
ସତେ ଗୋ ସଜନୀ ମାନରେ ମିତଣୀ
କଳ୍ପରେ କାମିନୀ
ବାସ୍ତବରେ ଭଗ୍ନ ଶୀଳା ।
ତୁମ ଇଙ୍ଗିତରେ କବିତା ନିର୍ଝରେ
ହେ କୀର୍ତ୍ତି କୋଣାର୍କ
କବିଙ୍କ ତ୍ରିବେଣୀ ଶାଳା ।