ଜହ୍ନ ଫିକିଫିକି, ତାରା ଧିକିଧିକି
ଜହ୍ନ ଫିକିଫିକି, ତାରା ଧିକିଧିକି
ଜହ୍ନ ଫିକିଫିକି, ତାରା ଧିକିଧିକି
ଆଭାକାନ୍ତ ମହାନ୍ତି
ଜହ୍ନ ଫିକିଫିକି, ତାରା ଧିକିଧିକି
ମଧୁଝରା, ମୋହଭରା
ହୋଇଲେ ପୂନେଇଁ, ଆମ ଗାଆଁ ନଈ
ଲାଗେ ହାର ମିନାକରା । ୦ ।
ଅଜଣା ଠେକରେ ଆଉଜାଇଦେଇ
ଅସରନ୍ତି ଚିନ୍ତା ଜୁଆର,
ବିଞ୍ଚେ ଅଫୁରନ୍ତ ପ୍ରେମର ପରାଗ
ସରଗ ନିୟତ ଫୁଆର,
ବିଭୋର କରାଏ ବାଉଳା ମନକୁ
ଦେଇ ଶାନ୍ତି ବୋଲକରା । ୧ ।
ଅଳପ ହେଉ ବି ଅଳସ ମୁହୂର୍ତ୍ତ
ଆନନ୍ଦେଇଦିଏ ପରାଣ,
ମିଠା ମିଠା ଲାଗେ ଧଇର୍ଯ୍ୟ-ପଠାରେ
ସବୁ ସଂସାରିଆ କାରଣ,
ଗତାନୁଗତିକ ଜୀବନ ପ୍ରତୀକ
ପୁଣି ଛୁଏଁ ପ୍ରୀତିଧାରା । ୨ ।
ନୂଆସାହି, ବିଡ଼ାନାସୀ
କଟକ-୭୫୩୦୧୪
ଫୋନ୍-୯୦୪୦୦୦୩୧୦୧
*****