Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

gouranga charan beura

Others

2  

gouranga charan beura

Others

ଅଭିମାନିନୀ ବର୍ଷା

ଅଭିମାନିନୀ ବର୍ଷା

1 min
7.0K


🌧🌧ଅଭିମାନିନୀ ବର୍ଷା🌧🌧

🌂🌂🌂🌂🌂🌂🌂🌂

ବାଦଲ ଦୋଳିରେ ଲୁଚକାଳି ଖେଳେ

ଅଭିମାନିନୀ ବରଷା,

ବଧୁବେଶ ସାଜି କଳା ବାଦଲରେ

କରିଛି ଦୁତୀଆ ଓଷା ॥

ଗୁମାନେ ବସିଛି ମୈାସୁମୀ ଅାଳୟେ

ଜଳକୁମ୍ଭ ହାତେ ଧରି,

ଧୋଇଦେବ ବୋଲି ଉଷର ଭୁଇଁକୁ

ବିଜୁଳି ରୋଷଣୀ କରି ॥

ସ୍ୱାଗତ ଜଣାଏ ଝଡିପୋକ ଉଡି

ଖଦ୍ୟୋତ ଜଳାଏ ବତୀ,

ଝିଂକାରୀ ଶୁଣାଏ ସ୍ୱାଗତ ସଂଗୀତ

ରୁଷେ ବର୍ଷା ମୈାନାବତୀ ॥

କାହିଁ କୋପକରି ଢାଳୁଥାଉ ନୀର

କେଉଁଠି ଫାଟଇ ଭୂଇଁ,

କୃଷକ ବାପୁଡା ମୁଣ୍ତେ ହାତ ଦେଇ

କାନ୍ଦୁଅଛି କଇଁକଇଁ ॥

ବେଂଗ ବେଂଗୁଲିଏ ଗର୍ତ୍ତେ ଲୁଚିଲେଣି

ତୁଷାର୍ତ୍ତରେ ପୁଷ୍କରିଣୀ,

ତଟିନୀ ହୃଦୟ କେଡେ ନିରିଦୟ

ଶାନ୍ତ ହୁଅ ବର୍ଷାରାଣୀ ॥

ଜୀବ ଜଗତଟା ବାହୁନି କାନ୍ଦୁଛି

ଜଳାଭାବେ ହାହାକାର,

ସକଳ ଜୀବର ତୁ ମା ସଂଜୀବନି

କିମ୍ପା ଏତେ ତୁ ନିଷ୍ଠୁର ॥

ତୋ ଆଶିଷ ହେଲେ ହସିବ ଜଗତ

ହସିବ ଏ ବସୁନ୍ଧରା,

ରୁକ୍ଷ ଭୂଇଁ ହେବ ସବୁଜ ବଳୟ

ହସିବେ ଜଗତ ସାରା ॥

ତୋ ପାଦେ ବନ୍ଦନା କରେ ଏ ଜଗତ

ମାନ ତେଜ ବର୍ଷାରାଣୀ,

ବୁହାଇ ତୋ ଧାର ପ୍ରାଣୀଂକୁ ଉଦ୍ଧାର

ସଭିଏଁ କରୁ ମାଗୁଣି ॥

----ଗୈାରାଂଗ ଚରଣ ବେଉରା----

----ଶିକ୍ଷକ କୁଲିଆମାଲ ଉଚ୍ଚ ବିଦ୍ୟାଳୟ---


Rate this content
Log in