ପ୍ରେମର ଆଦ୍ୟ ପର୍ବ
ପ୍ରେମର ଆଦ୍ୟ ପର୍ବ
2 mins
182
ତୁମେ...
ଅନ୍ତିମ ପର୍ଯ୍ୟାୟ ମୁଖାଗ୍ନି ର ଚିତା
ଲହଲହ ଶୀଖା ଯୁଇ କାଠ ରେ
ଆହତ ମୂର୍ଛନା ଅୟସପଣ ର
ଅବଶ ଅନୁତାପ ଶେଥା ଦେହ ରେ..
ଆଭିଜାତ୍ୟ ମୋହର ଉପଭୋଗ ତୁମେ
ସପ୍ତ ରଙ୍ଗ ର ଅବିର ଖେଳ
ଉତ୍ତେଜନା ବଡ ଅଚେତ ଆତ୍ମା ରେ
ସମ୍ଭୋଗ ଖୋଜଇ କ୍ଷଣିକ କୋଳ...
ଆଧୁନିକ ପାଇଁ ଅଧୋଗତି ପ୍ରାୟ
ବିକୃତ କରିଛି ମାନସିକତା
ଗୋଧୂଳି ମହକେ ଲୋଟି ପଡ ତୁମେ
ଗାଇଆଳ ସଂଜେ ହୁଅ ସାଇତା...
ଅନ୍ଧାର ଦିଗଟି ଭାରି ଭଲ ଲାଗେ
କୁଶ୍ଚିତ କୁଶଳୀ ସାଉଣ୍ଟେ ତୋତେ
ନାନା ରୂପ ଦେଇ ପିଣ୍ଡେ ଇଛା ଥୁଏ
ବ୍ୟାଧ କି ଶିକାର ଜଗିଛି ସତେ...
ଚିନ୍ତନ ସାଥିରେ ଭିନ୍ନ ତୋର ନାମ
କେବେ ସ୍ମୃତି କେବେ କଳଙ୍କ ଚିହ୍ନ
କେବେ ପୁଣି ଭକ୍ତି - ଅଖଣ୍ଡ ବିଶ୍ଵାସ
କେବେ ଆକାଶ ର ପୁନେଇଁ ଜହ୍ନ...
କେବେ କେବେ ତୁମେ କୁଆଁରୀ ମନର
ଅୟୁତ କାମନା ତୋ ଛୁଆଁ ପାଇଁ
କେବେ ପୁଣି ନିଆଁ ଜାଳି ଦେଇଯାଅ
ଲିଭେଇ ପାରେନା ଉଛୁଳା ନଇ...
ମଶାଣି ଭୁଇଁ ରେ ଚିତାଭସ୍ମ ତୁମେ
ପାଉଁଶ ଗଦା ରୁ ଡାକିଛ କେବେ
ତୁଛ ଏ ଶରୀର ନିବିଡ ବନ୍ଧନ
ତୁମେ ଐସ୍ୱର୍ଗୀକ ପରଶ ଭାବେ...
କେବେ ତୁମେ ସାଜ ବଳାତ୍କାରୀ ମୁହଁ
ବଢାଇ ଲୋହିତ କ୍ଷୁଧା ଲାଳସା
କାମନା ଅଳନ୍ଧୁ କବଳିତ କରି
ମଧ୍ୟମ ବୟସେ ହୁଅ ଲୋକହସା...
ବେଳେବେଳେ ତୁମେ ଚିତ୍ର ପ୍ରତିମା ଟେ
ଚିତ୍ରପଟ ରେ ମଧୂର ଭାଷା ନିଶା
ଚେତନା ର ତୁମେ ଅନନ୍ୟ ଆନନ୍ଦ
ତୁଛ୍ଛ ଖେଳ ଖାଲି କ୍ଷୁଧା ଆଉ ତୃଷା...
ଯୋଗୀଶ୍ରେଷ୍ଠ ପାଇଁ ସାଧନାର ମୂଳ
ଭୋଗି ଲାଗି ତୁମେ ବସ୍ତୁ ଟେ ଭୋଗ୍ୟ
ଭକତ ଟେ ପାଇଁ ତୁମେ ଭକ୍ତି ମାର୍ଗ
ଯୋଗି ର ଅଖଣ୍ଡ ସାଧନା ଯୋଗ...
କବି ପାଇଁ ତୁମେ କବିତା ର ପଂକ୍ତି
ଗାଳ୍ପିକ ପାଇଁ ଶବ୍ଦ ଟେ ନୂଆ
ଭାବୁକ ପାଇଁ ଭାବନା ଦୁନିଆ
ପ୍ରେମିକ ପାଇଁ ରୋମାଞ୍ଚ ଛୁଆଁ...
ମାଆ ର ଆଖିରେ ଅନାବିଳ ସ୍ନେହ
ଭଉଣୀ ଆଖିର ମମତା ପ୍ରିତି
ବନ୍ଧୁ ପରିଜନ ପଥଧାରେ ଛାୟା
ବାପା ର ଜୀବନେ ଆଲୋକ ଜ୍ୱୋତି...
ଯେ ରୂପେ ଯେ ଚିନ୍ତେ ନିଜ ଚିନ୍ତନ ରେ
ତୋ ରୂପ ସେ ଭାବେ ହୁଅଇ ଗଢା
ଅବୁଝା ଜୀବନରେ ହସଲୁହ ପାଇଁ
ତୋ ସଙ୍ଗ ପରଶ ନିହାତି ଲୋଡା....