STORYMIRROR

Pratima Satpathy

Others

3  

Pratima Satpathy

Others

ଗୁରୁଦିବସ

ଗୁରୁଦିବସ

1 min
217


ସେପ୍ଟେମ୍ବର ମାସ ପାଞ୍ଚ ତାରିଖଟି

    ଆସିଯାଏ ଯେଉଁଦିନ

କୁନା, କୁନିଙ୍କର ବହୁତ ଆନନ୍ଦ

     କରିବେ ଗୁରୁ ପୂଜନ

ସକାଳୁ ଉଠିଣ ଭାଇ ଭଉଣୀ ଅତି

     ସରାଗରେ ଯାଇ

ଧୂପ, ଦୀପ, ଫୁଲ, ଚନ୍ଦନ ଓ ମିଠା

      ରଖିଣ ଥାନ୍ତି ସଜାଇ

ଗାଧୋଇ ସାରିସେ ଭଲ ଡ୍ରେସ ପିନ୍ଧି

   ପୂଜା ଥାଳି ହାତେ ଧରି

ସ୍କୁଲକୁ ଯାଇ ଗୁରୁଙ୍କୁ ପୂଜନ୍ତି

   ମନରେ ଆନନ୍ଦ ଭରି

ଅଜା ପଚାରିଲେ କହିଲ ପିଲାଏ

   କାହିଁକି କରୁଛ ପୂଜା

ଦୁହେଁ ହସି ଦେଇ କହିଲେ ତୁମେ କି 

   ଜାଣି ନାହଁ ଏହା ଅଜା

ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କର

 ଆଜି ଅଟଇ ଜନ୍ମ ଦିବସ

ଶିକ୍ଷକରୁ ସିଏ ରାଷ୍ଟ୍ରପତି ହୋଇ

   ରଖି ଯାଇଛନ୍ତି ଯଶ

ତାଙ୍କରି ସ୍ମୃତିରେ ଶିକ୍ଷକ ଦିବସ 

   ପାଳୁଛନ୍ତି ଛାତ୍ର ଛାତ୍ରୀ

ଛୋଟରୁ ବଡ଼ ହୋଇ ଆମେ ସବୁ

   ରଖି ଯିବୁ ଯଶ କୀର୍ତ୍ତି

ଗୁରୁଙ୍କର ଋଣ ଶୁଝି ପାରିବେନି

   ମହୀମଣ୍ଡଳରେ କେହି

 ଅଜ୍ଞାନ, ଅଶିକ୍ଷା ଦୂର କରନ୍ତି ସେ

   ଜ୍ଞାନର ଆଲୋକ ଦେଇ

ପ୍ରଥମରେ ଗୁରୁ ତାପରେ ଠାକୁର

   କରୁ ଅଛୁ ଆମେ ପୂଜା

ମିଳିଲେ ଆମକୁ ତାଙ୍କ ଆଶୀର୍ବାଦ

    ଉଡ଼ିବ ବିଜୟ ଧ୍ଵଜା

ସାବସ୍ ସାବାସ୍ କହି ଦେଲେ ଅଜା

   କୁନା କୁନି ହେଲେ ଖୁସି

ଗୁରୁ ଭଗଵାନ ତୁମରି ମୁଣ୍ଡରେ

   ଦିଅନ୍ତୁ ଆଶିଷ ବର୍ଷି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍