Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SARATA KUMAR DAS

Others

2  

SARATA KUMAR DAS

Others

ଭିଜା ଭିଜା ସ୍ମୃତି

ଭିଜା ଭିଜା ସ୍ମୃତି

1 min
7.1K



କେହି ମୋତେ ଚିହ୍ନୁ କି ନ ଚିହ୍ନୁ

କେହି ମୋତେ ଜାଣୁ ବା ନଜାଣୁ

ତୁମେ ତ ମୋତେ ଠିକ୍ ଜାଣିଛ

ଠିକ ଚିହ୍ନିଛ ମୋ ବିଜନତାକୁ

ତୁମ ସହ ନୀବିଡତା

ପୁରୁଣା କି ନୂଆ

ତୁମର ମନ ଅଛି କି ନାହିଁ

ମୁଁ କହିପାରିବି ନାହିଁ ,

କିନ୍ତୁ ସ୍ପଷ୍ଟ ମୋର ମନେ ଅଛି ଆଜି

ତୁମର ଠିକଣା,ତୁମ ଲାଜ ଲାଜ ମୁହଁ

ଆହୁରି ବି ମନେ ଅଛି ତୁମ ଗାଁ ଦାଣ୍ଡ

କିଆ-କେତକୀର ମହମହ ବାସ

ତୁମ ବାଡିରେ ଥିବା ବରକୋଳି ଗଛ

ତୁମ ଗାଁ ନଈର ଗଭୀରତା ଓ ଢଳଢଳ

କାଚକେନ୍ଦୁ ପାଣି ।।


ଠିକ୍ ମନେ ଆଛି ମୋର

ତୁମ ଗାଁ ଆରପଟ ପାହାଡ ଟା

କେମିତି ଆଖି ମିଟି ମିଟି କରି ଚାହଁ ରହିଥାଏ

ଅସ୍ତଗାମୀ ସୂର୍ଯ୍ୟଙ୍କର ଲାଲ ଟହ ଟହ ମୁହଁ ଟା

ଝଙ୍କାଳିଆ ବରଗଛ ଓହଳ ମଝିରେ କେମିତି

ଲୁଚକାଳି ଖେଳୁଥାଏ ବାରମ୍ବାର।।


ତୁମ ଗାଁ ମଶାଣୀଟା ଡରଲାଗେ ବୋଲି

କେତେଥର ଢାଙ୍କିଛ ମୋ ଡରୁଆ ମୁହଁକୁ

ତୁମ ଲମ୍ବା ପଣତ କାନିରେ ,

କେତେଥର ଆସିଛ ପାଦ ଚାପି ଚାପି

ମୋ ପାଖକୁ ଏକା ଏକା ନିରୋଳାରେ

କେତେ ନୀରବ ନିଥର ରାତିରେ

କାଳେ କିଏ ଶୁଣିଦେବେ ବୋଲି

ତୁମ ପାଦ ପାଉଁଜିର ଋଣୁଝୁଣୁ ଶବ୍ଦକୁ ।।


ଆହୁରି ମନେ ଅଛି ମୋର

ସେଦିନ ଶୀତୁଆ ସଂଜର ଥଣ୍ଡା ଥଣ୍ଡା ପବନ

ଝାପସା ଝାପସା ଅନ୍ଧକାର

ନିର୍ମଳ ଆକାଶକୁ ଚାହିଁ ତାରା ଗଣୁଥିଲ

ଶବ୍ଦଗୁଡିକ ମେଲିହୋଇଯାଉଥିଲା ଛାଏଁ ଛାଏଁ

କବିତାର ମଖମଲି ଛନ୍ଦରେ ।।


ମୋର ସବୁ ଅଝଟ ପଣକୁ ସହିଯାଉଥିଲ

ନୀରବରେ ଆଖ୍ ବୁଜି

ପ୍ରତିବାଦ ବି କରିନଥିଲ କେବେ

ନିସର୍ତ୍ତ ଆଜାଡି ଦେଇଥିଲ ସବୁତକ ଭଲପାଇବା ଓ

କୋମଳ ଦରଦି ହୃଦୟ ତୁମର

କହିଁକି ନା ମୋ ଠାରୁ ଅଧିକ ଭଲପାଉଥିଲ ତୁମେ

ଏପରିକି ନିଜ ଜୀବନ ଠାରୁ ଆହୁରି ଅଧିକ ।।

#####

ଶରତ କୁମାର ଦାସ।


Rate this content
Log in