Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ଧରମ ପଡିଛି ଚାନ୍ଦାଠି ବନ୍ଧା

ଧରମ ପଡିଛି ଚାନ୍ଦାଠି ବନ୍ଧା

1 min
1.3K


ଆସିଗଲା ପାରବଣ କରିବାକୁ ଶୋଷଣ,

ଗଣପତି ଅଗ୍ରପୂଜ୍ୟ ଠାରୁ ହେଲା ବହିନ ।

ଦେଶ ଆଗୋଉଛି କଳ କାରଖାନା ପାଇଁଣ,

କନ୍ୟା ସଂକ୍ରାନ୍ତିରେ ତେଣୁ ବିଶ୍ଵକର୍ମା ପୂଜନ ।

ରାଧାଷ୍ଟମି ଦିନ ମାଟି ଉଠା ହେବ ନଦୀରୁ,

ବଡପର୍ବ ଆସିଗଲା ଜାଣିବ ସବୁଠାରୁ ।

ରାସ୍ତାରେ ରୋକିବେ ଗାଡି ସାହିବସ୍ତି ବୁଲିବେ,

ବହୁ ଆଡମ୍ବର ଆମ ଚାନ୍ଦା ଦିଅ ବୋଲିବେ ।

ଆର ସାହି ଆମ ଠାରୁ ଟପିଯିବ ନାହିଁଟି,

ମା'ରାଣ ଦେଇଦିଅ ହଜାର ଦୁଇଗୋଟି ।

ଡେକୋରେସନ ଆମର କଲିକତି ଷ୍ଟାଇଲ୍,

ଜିଜେ ଶ୍ରୀକାକୁଲମରୁ ମେଲୋଡିଟି କମାଲ୍ ।

ଦୂର୍ଗାପୂଜା ଜମାଣିଆ ଚାନ୍ଦିମେଢ ଚମକ,

ଦେବୀଙ୍କର ମୁକୁଟଟା ବିଂଶତୋଳା କନକ ।

ଭସାଣୀ ଦିଦିନ ପରେ ଗଜଲକ୍ଷ୍ମୀ ପୂଜନ,

ଲକ୍ଷ୍ମୀ ମା'ଙ୍କୁ ହତାଦର କରିବାକି ଏସନ !

କାଳୀ ପୂଜା ଯମକରେ ନକରିଲେ ବାଇନ,

ଆରସାହି ଟୋକାମାନେ କରିବେ ଅପମାନ l

ଶେଷରେ ଧରମ ମାସ କାର୍ତ୍ତିକ ଟା ସରିବ,

ଜାକଯମକ ନହେଲେ ଖାଲିଖାଲି ଲାଗିବ ।

ପାର୍ବଣ ପସରା ସାଥେ କୁରୁଳିବେ ବେପାରୀ,

ଜାଲ ତାଙ୍କ ବିଛାଇବେ ହୋଇ ବଡ ଭଗାରୀ l

ଶ୍ରୀମତୀି କହିବେ ଶୁଣ ପଡୋଶୀ ଯେ ଆମର,

ଫ୍ରିଜ ଟିଭି ୱାସିଂ ମେସିନ୍ କିବା ନାହଁ ତାଙ୍କର ।

ଭିଡକୁ ନୁହେଁଟି ତମେ କଲର୍ ଟିଭି ତାଙ୍କର

ବାଉନ ଇଂଚର ଅଛି କି ଷ୍ଟାଟସ୍ ଆମର !

ପୁଅ କହେ ବାପା ତୁମ ବୋନସ୍ ପଇସାରେ,

ବୁଲେଟ ଗାଡି କିଣିବି କହିଦେଲି ଭଲରେ ।

ଝିଅର ଫରମାଇସ ଆଇଫୋନ କିଣିବ,

ପ୍ୟଣ୍ଟାଲୁନ୍ ଛାଡି ଆଉ କେଉଁ ଆଡେ ନଯିବ ।

ବୋନସ୍ ଆଡଭାନସ୍ ମିଶି କେଉଁ କୋଣେ ପଶିବ,

ପରସନାଲ୍ ଲୋନ୍ କରି ଷ୍ଟାଟସଟା ବଢିବ ।

ଯେଉଁ ଶିବ ସବୁ ଦେଇ ମଶାଣିରେ ବସିଲେ,

ବାଘଛାଲ ଖଣ୍ଡେ ସାହା ତାଙ୍କ ବଂଶକି କଲେ !!

ଶିବ ରାଗି କରୁଛନ୍ତି ଫି ସନ ତାଣ୍ଡବ

ଫାଇଲିନ୍ ହୁଡହୁଡ୍ କେବେ ଚେତା ପଶିବ !!


Rate this content
Log in