"ମୁଁ" ନାରୀ
"ମୁଁ" ନାରୀ
"ମୁଁ "ମାଆ,"ମୁଁ" ନାରୀ
ତୁ କଣ ମୋତେ ଚିହ୍ନିନୁ ?
ମୁଁ ପରା ସେହି ଜଗତ କଲ୍ୟାଣୀ,
ତତେ ପ୍ରକୃତି କୋଳରେ
ଖେଳାଇବି ବୋଲି
ଦଶମାସ ଗର୍ଭରେ, ବୋହି ମୁଁ ଚାଲିଲି ।
ତୁ ଜୀଇଁଯିବୁ ବୋଲି
ରକ୍ତକୁ ପାଣି ଫଟେଇ
ବକ୍ଷର ଅମୃତକୁ ପିଆଇ ଚାଲିଲି ।
ତୁ ନିଦରେ ଶୋଇଯିବୁ ବୋଲି
କେତେ ଯେ ରାତି ଉଜାଗରେ
ବିତାଇ ଚାଲିଲି।
ତୁ ଚାଲୁଚାଲୁ ପଡିଯିବୁ ବୋଲି
ତୋର କୁନିକୁନି ଆଙ୍ଗୁଳି କୁ ଧରି
ଚାଲିବା ଶିଖାଇ ଚାଲିଲି।
ତୋ ପେଟ ପୁରିଯିବ ବୋଲି
ଖାଦ୍ୟର ଲାଳସା ଛାଡି
ତତେ ଖୁଆଇ ଚାଲିଲି।
ତୁ କଣ ମୋତେ ଚିହ୍ନିନୁ?
"ମୁଁ"ସ୍ତ୍ରୀ, "ମୁଁ"ନାରୀ......
ତୋ ସୁଖ,ଦୁଃଖ, ବ୍ୟସ୍ତତାରେ
ବୋହୁଥିବା ଲୁହ ହେଉ
କିମ୍ବା ଉଦାସୀ ଦେହର ଝାଳ
କ୍ଲାନ୍ତ ରେ ବି ପଣତରେ
ପୋଛି ମୁଁ"ଚାଲିଲି ।
ତୋ ଯୌବନ ର ତୃଷା ମେଣ୍ଟିଯିବ ବୋଲି
ନିଜକୁ ଅନେକବାର
ବଳି ଦେଇ ମୁଁ ଚାଲିଲି।
ତୁ ତ ଚିହ୍ନି ପା
ରିଲୁନି........
ମୋ ଅଧାଜଳା ଶରୀରକୁ
ପିଙ୍ଗିଦେଲୁ ଡାକ୍ତରଖାନାରେ
ତୁ, ତୁମେ, ତୁମେମାନେ ,ସେ, ସେମାନେ
ଲୁଣ୍ଠନ କରିଲ ସତୀତ୍ବ କୁ ମୋର
ଗଣ ବଳତ୍କାରରେ,
ରକ୍ତାତ କରିଲ ମୋତେ
ଯୌତୁକ ର ପ୍ରଲୋଭନରେ
ପିଙ୍ଗିଦେଲୁ କଅଁଳିଆ ଶରୀରକୁ
ଅଳିଆ ଗଦାରେ
କୁକୁର ବି ଘୃଣା କଲା ଖାଇବାକୁ
ଭୃଣ ଶରୀରକୁ
ଧିକାରିଲା ତତେ
ପଶୁତ୍ବ ଏପରି....ମୋ ଠାରୁ ବି ହୀନ
ତଥାପି ସମ୍ଭାଳିଛି ତତେ
ଭୋଗରେ ହେଉ ବା ଭାବରେ
ବିଳାସରେ ହେଉ ବା ବ୍ୟସ୍ତତାରେ
ପ୍ରେମରେ ହେଉ ବା ପ୍ରତାରଣାରେ
ଜନ୍ମରେ ହେଉ ବା ଯାତନାରେ
"ମୁଁ".....ପରା ନାରୀ
ଦୁର୍ଗା ହୋଇ ସଂହାର କରେ
କାଳି ହୋଇ ପ୍ରହାର
ଲକ୍ଷ୍ମୀ ହୋଇ ଐଶ୍ୱର୍ଯ୍ୟ ଦିଏ ତ
ଭାରତୀ ହୋଇ ପାଣ୍ଡିତ୍ୟ
"ମୁଁ"ମାଆ...."ମୁଁ "ଜାୟା
"ମୁଁ"ସଂହାରୁଣୀ "ମୁଁ"ପ୍ରହାରୁଣୀ
ମୁଁ ନାରୀ
ପ୍ରେମ ବି କରିପାରେ ପ୍ରଳୟ ବି
ସସ୍ମିତା ମହାପାତ୍ର (ଲୀନା)
ରବିଟକିଜ, ଭୁବନେଶ୍ୱର