Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ଜୀବନ ଗୀତା

ଜୀବନ ଗୀତା

1 min
241


ଜୀବନଟା ଲକ୍ଷସ୍ଥଳ ନୁହେଁ ଇପ୍ସିତ ଆମ ପଥଟିଏ ମାତ୍ର

ମୃତ୍ୟୁରୁ ଅମୃତକୁ ଗତି ଲକ୍ଷ ନେଇ ଏ ଜୀବନ ପାତ୍ର ।

ଜୀବନ ଦୀପେ ବିଶ୍ୱାସ ସଳିତାଟି ତ୍ୟାଗର ଇନ୍ଧନ

ଭଲ ପାଇବାର ମହାମନ୍ତ୍ର ପାତ୍ର ହୁଏ ପ୍ରେମର ବନ୍ଧନ ।

ଘୃଣା ଇର୍ଷା କ୍ରୋଧ ଅହଂକାର ଦମକା ଦମକା ଚକ୍ରବାତ

ସେ ଶିଖାକୁ ଅଚୀରେ ଦମନ କରିବାକୁ ଶତତ ଉଦ୍ୟତ ।

ବିଶ୍ୱାସର ସଳିତାରେ ପ୍ରେମ ଇନ୍ଧନର ଶିଖା ଲେଲିହାନ

ଜଳିବାର ଯନ୍ତ୍ରଣାରେ ନୁହେଁ ଆଲୋକରେ ଶିଖା ମୁହ୍ୟମାନ ।

ଶୁଷ୍କ ମରୁ ନୁହେଁ ଜୀବନଟା ନୁହେଁ ଅବା ଗୋଲାପର ଶେଯ

ମରିଚୀକା ପଛରେ ନଧାଇଁ ସାଉଁଟିବା ପହଂଚର ଚିଜ ।

ମାଗିବାରୁ ହୀନ ଦେବାଠାରୁ ପୁଣ୍ୟ ନାହିଁ- ଅଛି ଆପ୍ତ ବାକ୍ୟ

ପାଷାଣରେ କ୍ଷୀର ଢାଳୁ ଆମେ ବେଢା ପାଶେ ନଦେଖି ଅଭୁକ୍ତ ।

ପ୍ରଯୁକ୍ତି ବିଦ୍ୟାର ପରିଣାମ ଧରା ହୁଏ ଗ୍ରାମେ ପରିଣତ

ପଡୋଶୀକୁ ଚିହ୍ନିବାରେ ହେଳା ବିଶ୍ୱାୟନ କାହୁଁ ହେବ ସତ !

ପ୍ରତିବେଶୀ ସାକ୍ଷାତ ଇଶ୍ୱର- ବିଭୁଙ୍କର ଅମର ଏ ବାଣୀ

ସ୍ନେହ ପ୍ରେମ ଦୟା କ୍ଷମା ଶାନ୍ତି ଧରମର ମୂଳ ନୀତି ଜାଣି ।

ମରଣଶୀଳ ଏ ସ୍ଥାନ ମର୍ତ୍ୟ ନାମ ତେଣୁ ଅଛି ବହି

ସ୍ନେହ ପ୍ରେମ କୀରତି ଅମର ଇତିହାସ ଗାଥା ହୁଏ ସେହି ।

ମନମତ୍ତା ଉମର ଗାଇଟି ପଳାଉଛି ପଘାକୁ ଛିଣ୍ଡାଇ

ଓଲଟ ବୃକ୍ଷରେ ଖେଳେ ଲୋଟଣି ପାରାଟି ରହି ରହି ।

ବୋହୁ ଚାଲି ନଜାଣଇ ତା'ର ପାଦ ସଦା ପଡୁଥାଇ ବଂକା

ବୋହୁ ଯେବେ ସଳଖି ଚାଲିବ ଘରେ ସେବେ ପଡିଯିବ ଡକା ।

ଶରୀର ତତ୍ତ୍ଵର ସୁକ୍ଷ୍ମ କଥା ଯେଉଁ ଦିନ ହେବ ଅନୁଭବ

'ମୃତ୍ୟୋର୍ମା ଅମୃତଂ ଗମୟ' ଜୀବନରେ ଅବଶ୍ୟ ଆସିବ ।

-ବିଶ୍ୱେଶ୍ଵର ମାଝୀ-

9437697161


Rate this content
Log in