Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Indrabadal Mohanty

Others

4.5  

Indrabadal Mohanty

Others

ବର୍ଷା.....

ବର୍ଷା.....

1 min
6.5K


ସ୍ତବ୍ଧ ଏ ମେଘାଚ୍ଛନ ଆକାଶ ଆଜି

କଳା ମେଘରେ ଆବୃତ ଏ ଗଗନ ଆଜି

ଏ ଜୀବନ ରେ ଆଉ ଏକ ଶ୍ରାବଣ ଆସି ପାଦ ଥାପେ ଆଜି

ପ୍ରୀତିର ଜୁଆର ମାଡି ଆସେ ଭିନ୍ନ ଏକ ରଙ୍ଗ ସାଜି

ଦିଶୁ ନାହିଁ ଚିକିମିକି ଆଲୋକ ତାରାମାନଙ୍କର

ବିଜୁଳିର ଚଞ୍ଚଳତା ପୁଣି ସୃଷ୍ଟି କରେ ହୃଦୟରେ ଅଭୁଲା ସଂଗୀତର ସ୍ୱର

ବର୍ଷାର ମାଦକତା ଭରିଯାଏ ଅମାନିଆ ଶୀହରଣ ହୋଇ ଦେହେ ମୋର

ନିରବତାର ସୀମା ଡେଇଁ ଶୁଭେ ଘଡଘଡ଼ିର ଭୟଙ୍କର ସ୍ୱର

ଆଜି ଏ ରାତିରେ ମେଘ ପାଲିଙ୍କିରେ ବାଦଲ ଆଜି ବସି ବୁଲୁଥାଏ

ସ୍ମିତ ହସ ଭରା ଚୁପ ଚାପ କଥା ଆଜି ଘଡଘଡିର ସ୍ୱରରେ ଭାସୁଥାଏ

ଆଭାସ ମିଳେ ପୁଣି ଏ କାଳ ରାତ୍ରର ଅବକାଶରେ

ବିଜୁଳିର ତାଳେ ତାଳେ  ବର୍ଷା ଓ ବାଦଲର ମିଳନ ହେବ ଏ ଆକାଶରେ

INDRABADAL MOHANTY

9853792772


Rate this content
Log in