Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shiba Charan Mahapatra

Others

2  

Shiba Charan Mahapatra

Others

ତୁମେ ଗଲା ପରେ

ତୁମେ ଗଲା ପରେ

1 min
170


ତୁମେ ଗଲାପରେ ପ୍ରେମ ମୋର
ମଣ୍ଡୁଳାକାଳ ଧୂଆଁ ବାଣ ହେଇ ଉଡିଯାଉଛି
ମୋ ଚୌକିଦାରୀ
ବେତବାଡି ତିଆରି ଚୌକି କୋଣରୁ କେଉଁ ଏକ ଅଶରୀରି ସାଜି
ଝୁଲିବାକୁ ମୋ ସିଲିଂ ଲଗା ପଙ୍ଖା ଦେହରୁ
ଅନ୍ଧକାର ର ଗାଢତା ବାରମ୍ବାର ସାଜିଛି
ମୋ ପ୍ରେୟସୀ ପ୍ରିୟା ର ନମନୀୟ ଦେହ-କମନୀୟ କାନ୍ତି- ଉନ୍ମତ୍ତ ବକ୍ଷୋଜ- କ୍ଷୀଣତେଜ କଟୀ - ପୋଟଳ ଚିରା ନୟନ - ଖଡ୍ଗ ଠାରୁ ଧାର୍ ଚାହାଣୀ ଆଉ ତରଳି ଯାଉଥିବା ପ୍ରେମ..
ସେ ଚିରିଦେଉଥିଲା ତାଳୁ ରୁ ତଳିପା ଯାଏଁ
ତୁମ ସ୍ମୃତି ର ପବିତ୍ର କାକର ଟୋପା ର ଓଦା ସରସର ମାଟି...
ମୁଁ ସ୍ଥାଣୁ... ମୋ ସାଥେ ମୋ ଚାରିକାନ୍ଥ- କାନ୍ଥ ରେ ଲଗା ପୁରାତନ ଘଣ୍ଟା - ମୋ ଏକାନ୍ତ - ମୋ ମନ- ମୋ ପ୍ରାଣ- ମୋ ନିର୍ଜନତା- ମୋ ଆବିଳତା -ମୋ ବସିଥିବା ଚୌକି -ମୋ ନୀରବତା ଆଉ ମୋ ପରିପାଟୀ...
ସବୁ ଚୁପ୍ ...ଠପ୍
ସେମାନେ ବି ଜାଣିଥିଲେ ବନ୍ଦ କୋଠରୀରେ ତୁମେ ଉଡିବୁଲ...
ପର କଅଁଳି ଉଠେ ତୁମ ମଉଳା ଡେଣାର.. ମଲାଜହ୍ନ ବି ଚେଇଁ ଯାଏ ଅନ୍ଧକାର ର ଖୋରାକ ପାଇ ..
ତୁମେ ତାଣ୍ଡବ କର ଦେହର ଡମ୍ବରୁ ବଜେଇ.. ସେ ଶବ୍ଦ ର ଯାଦୁଗରୀ ବି ବିଚିତ୍ର...
ଭିତରେ କମ୍ପୁଥାଏ ମୋ ଚାରିକାନ୍ଥ ଆଉ ମୋର ବଖରା ଫଟେଇ
କିନ୍ତୁ ବାହାରକୁ ଶୂନ୍ୟ ଶବଦ ନାହିଁ...
ତେଣୁ ମୁଁ ଅସହାୟତା ର ଜଞ୍ଜିର ବାନ୍ଧି ରଖିଛି ନିଜପାଖେ ନିଜକୁ ଚୌକି ଗୋଡ ରେ ବନ୍ଧକ ସଜେଇ ...
ଜାଣିଛି ବନ୍ଦ କୋଠରୀରେ ତୁମ ପ୍ରେମ ମୋ ପାଇଁ ଫେରିବ ଛ-ଗୁଣ ହେଇ...


Rate this content
Log in