Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ପ୍ରେମମୟୀ ରାଧା
ପ୍ରେମମୟୀ ରାଧା
★★★★★

© Kulamani Sarangi

Others

1 Minutes   7.0K    6


Content Ranking

ପ୍ରେମମୟୀ ରାଧା

ପଚାରନ୍ତି ନାରଦଙ୍କୁ ଶ୍ରୀକୃଷ୍ଣଙ୍କ ଅନ୍ତଃପୁର ରାଣୀଗଣ, କାହିଁପାଇଁ ରାଧା ପ୍ରେମ ଶ୍ରେଷ୍ଠ ବୋଲି କହନ୍ତି ଜଗତ ଜନ?।୧। କହନ୍ତି ନାରଦ ଶୁଣିବାକୁ ଯେବେ ଇଚ୍ଛା ମୁଁ କହିବି ସତ, ଅପ୍ରିୟ ସତ୍ୟକୁ ହୃଦେ ସ୍ଥାନଦେଇ ଉଣା ନକରିବ ଚିତ୍ତ।୨। ତୁମ ପ୍ରେମ ହେଲେ ମର୍ତ୍ୟର ଜାହ୍ନବୀ ରାଧା ମନ୍ଦାକିନୀ ଧାରା, ତୁମ ପ୍ରେମ ହେଲେ ରାଜଉଦ୍ୟାନ ସେ ନନ୍ଦନ କାନନ ପରା।୩। ତୁମ ପ୍ରେମ ହେଲେ ନଭ ତାରା, ରାଧା ଜ୍ୟୋତ୍ସ୍ନାମୟୀ ପୂର୍ଣ ଶଶୀ, ତୁମ ପ୍ରେମ ହେଲେ ପୁଷ୍ପମଧୁ, ରାଧା ପୂର୍ଣଅମୃତ କଳସୀ।୪। ତୁମପ୍ରେମ ହେଲେ ମୋହନ ମୁରଲୀ ରାଧା ତାର ସୁର ଜାଣ, ତୁମପ୍ରେମ ଦେବଦତ୍ତ ହେଲେ, ରାଧା କୃଷ୍ଣଙ୍କର ପାଞ୍ଚଜନ୍ୟ।୫। ଭାବ,ଭକ୍ତି, ପ୍ରୀତି,ସମର୍ପଣଭାବ ନିର୍ଝରିଣୀ ରାଧାରାଣୀ, ପ୍ଲାବିତ କରୁଛି ପ୍ରଭୁଙ୍କ ମନକୁ ଅହର୍ନିଶି ଥାଅ ଜାଣି।୬। ପାଶେ ନଥାଇ ବି ଚୀରନ୍ତନ କୃଷ୍ଣ ହୃଦେ ରହିଛନ୍ତି ରାଧା, ଏପରି ଶାଶ୍ବତ ପ୍ରେମ ପାଇଁ ପ୍ରେମମୟୀ ଜଗତ ବନ୍ଦିତା।୭।

ପ୍ରେମମୟୀ ରାଧା

Rate the content


Originality
Flow
Language
Cover design

Comments

Post

Some text some message..