Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

NIBEDITA MOHAPATRA

Others

3  

NIBEDITA MOHAPATRA

Others

ସ୍ମୃତି ଫରୁଆରେ ଅତୀତ

ସ୍ମୃତି ଫରୁଆରେ ଅତୀତ

1 min
365


ହୃଦୟର ଏକ ନିଭୃତ କୋଣରେ

ସ୍ମୃତିର ସୁନେଲି ଫରୁଆ ଭିତରେ

ସାଇତି ରଖିଛି ଭାରି ଯତନରେ

ଘଟିଥିଲା ଯାହା କିଛି ଅତୀତରେ l୧l


ବିଗତ ଦିନର ମଧୁର ମୂର୍ଚ୍ଛନା

ଯୋଡି ତା ସାଥିରେ ବିରହ ବେଦନା

ଛଳନା ରହିତ କେତେଯେ ଭାବନା

ମନ ମାନସୀକୁ କରେ ଆନମନା l୨l


ଚଳଚ୍ଚିତ୍ରର ରଙ୍ଗିନ ଛବି ଭଳି

ମାନସ ପଟରେ ଆସୁଛି ଉଛୁଳି

କାଳର ସ୍ପର୍ଶରେ ଯାଇଛି ବଦଳି

ରୂପବର୍ଣ୍ଣ ତାର ଗଲାଣି ମଉଳି l୩l


ସାଥି ମେଳେ କଟିଗଲା ପିଲାଦିନ

କେତେ ରାଗରୁଷା ମାନ ଅଭିମାନ

ନଥିଲା ସେଠି ହିଂସାଦ୍ବେଷର ସ୍ଥାନ

ଆନନ୍ଦରେ କଟି ଯାଉଥିଲା ଦିନ l୪l


ବାଲ୍ୟସଖାଙ୍କ ସଂଗତେ କରି ଗୋଳ

ରଜ ସଜବାଜ ପୁଣି ଦୋଳିଖେଳ

କୁମାର ଉତ୍ସବେ କୁମାରୀଙ୍କ ମେଳ

ଜହ୍ନିଫୁଲ ଗୀତରେ କଟିଲା ବେଳ l୫l


ପ୍ରବେଶକଲା ଯେବେ ଆଦ୍ୟ ଯୌବନ

ଭରିଗଲା କେତେ ନୂଆ ଉନ୍ମାଦନ

ବିଷୟାସକ୍ତ ହୋଇଲା ଏଇ ମନ

ବଦଳାଇ ଦେଲା ଜିଇବାର ମାନ l୬l


ଯୋଜନାର ରୂପ ରେଖକୁ ସଜେଇ 

ଆକାକ୍ଷାଂର ନୂଆ ସୌଧ ଗଢେଇ

ବାସ୍ତବ ଦୁନିଆଁ ଠାରୁ ମୁଁ ଦୂରେଇ

ରହିଲି ଅଲଗା ସଂସାର ବନେଇ l୭l


କର୍ତ୍ତବ୍ଯ ପଥରେ ହେଲି ଅଗ୍ରସର

ବଦଳି ଗଲା ଦିଶା ମୋ ଜୀବନର

ଅଚିହ୍ନା ଅଜଣା ହେଲେ ଆପଣାର

ବନ୍ଧୁତାରେ କଲି ସଭିଙ୍କୁ ନିଜର l୮l


ମାୟା ମରିଚିକା ପଛରେ ଗୋଡେଇ

ଲୋଭବଶେ ନିଜ ଅସ୍ତିତ୍ବ ଭୁଲେଇ

ମିଛ ମୋହଅହଂକାରେ ଅନ୍ଧ ହୋଇ

ପାରି ହେଉଥିଲି ଜୀବନର ନଈ l୯l


ମୋହଭଙ୍ଗ ହେଲା ସତ୍ୟକୁ ବୁଝିଲି

କାମନା ବାସନା ମନୁ ପାସୋରିଲି

ମନୁଷ୍ୟ ଜନ୍ମରୁ ନିସ୍ତରିବି ବୋଲି

ବିଭୁକୃପା ପାଇଁ ମନ ବଳେଇଲି l୧୦l


Rate this content
Log in