Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Others

2  

Bijay Prusty

Others

ବେସୁରା ଗୀତି-୭୦୬

ବେସୁରା ଗୀତି-୭୦୬

1 min
6.6K


କଥାରେ କଥାରେ ଅଜାଡି ଦେଉ ତୁ

କେତେ ବ୍ୟଥା କେତେ ଆଶା

ବର୍ଷା ଗୋ ତୋର ପରଶ ପାଇଁ କି

କା ମନରେ ଘାରେ ନିଶା  ॥

ତୋତେ ଚାହିଁ ଚାହିଁ ଆଖିରୁ କାହାର

ହଜୁ ଥାଏ ସବୁ ସ୍ଵପ୍ନ

ନିଦହରା ଆଖି କେଉଁ ପରି ଅବା

ବୁଝି ପାରିବ ତୋ ମନ  ॥

ଶୁଖିଲା ମନ ତା ଖୋଜି ହେଉଥାଏ

ଭିଜା ଭିଜା ସ୍ପର୍ଶ ତୋର

କହଲୋ ବରଷା କେଉଁଥି ପାଇଁକି

ଭାବୁଥାଉ ତାକୁ ପର  ॥

ଆସିବୁ ଯଦି ତୁ ଆ ଲୋ ବରଷା

କର ନାହିଁ ଆଉ ଡେରି

ତୋ ଖିଆଲି ପଣ ନେଇ ଯାଇ ପାରେ

କାହାକୁ ବା ଆରପାରି  ॥

ତୁ ପରା ଅଟଉ ତୃଷିତ ପ୍ରାଣର

ସାଥୀଟିଏ ଅନ୍ତରଙ୍ଗ

ବରଷି ଯାଆତୁ ତୋ ପ୍ରୀତିର ଧାରା

ନହେଉ କା ସ୍ଵପ୍ନଭଙ୍ଗ  ॥


Rate this content
Log in