ଆଜି ଆକାଶଟା ଢେର କାନ୍ଦିଛି
ଆଜି ଆକାଶଟା ଢେର କାନ୍ଦିଛି
1 min
6.5K
ଆଜି ଆକାଶଟା ଢେର କାନ୍ଦିଛି
ମାଟି ସେ ଲୁହରେ ଢେର ଭିଜିଛି
ଏବେ ବି ଆକାଶ ଆଖିରେ
ଲୁହ ଛଳ ଛଳ
ମାଟି ବି ଭିଜିବାକୁ ସେତିକି ବ୍ୟାକୁଳ
ଜିଦିଆ ପବନ ବି କରେ ହଟ୍ଟଗୋଳ
ଚାରିଆଡେ ଚର୍ଚ୍ଚା
ଆମ ସହରରେ ଆଜି ମନଭରା ବର୍ଷା
ଆଃ,,,,କି ଶୀତଳତା
କିଏ ବା ବୁଝୁଛି ଆକାଶର ମନ କଥା
କାହିକି ସେ ଏତେ ଅଦିନିଆ ବରଷିଛି
ତା'ର କି ମାଟି କଥା ମନେ ପଡିଛି
ସେଥିପାଇଁ ଅଭିମାନୀ ମାଟିକୁ ଭିଜେଇ ଦେଇଛି,,,।
ରନିତା