Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dmishra Sahityalaya

Others

2  

Dmishra Sahityalaya

Others

ଅବୟବ

ଅବୟବ

1 min
467


ଅସୁନ୍ଦରତା କୁ ଦେଖିବାରେ ଏତେ ବିକଳ ଯେ

ଥରେ ମନର ସୁନ୍ଦରତାକୁ ଅନୁଭବ କରିଦେଖ,

ଶରୀର ତ ସ୍ଵୀକାର୍ଯ୍ୟ ସାରା ସଂସାରରେ

ପ୍ରାଣ ଚାଲିଗଲେ ସେ ହୁଏ ଶବ ଏହା ଜାଣିରଖ ll


କେବଳ ଶରୀର ମିଳନ ହିଁ ପ୍ରଣୟ ନୁହେଁ

ଦୁଇ ଆତ୍ମାର ମିଶ୍ରଣ ପ୍ରେମ ଥରେ କରି ଦେଖ,

ଜନନୀ ବକ୍ଷରୁ ଝରେ ଜୀବନ ସତ୍ତା

ତା'ପ୍ରେମଠାରୁ ହିଁ ତୁମେ ତୁମ ପ୍ରେମ ଶିଖ ll


ଆଧୁନିକତାର ସଂଜ୍ଞା ଜାଣ କି ତୁମେ

ବିଶ୍ୱାସେ ଚାଲୁଛି ବିଶ୍ୱ ମନୁ ବିଷ କାଢିରଖ,

ଦୁଇ ପାର୍ଶ୍ୱ ତୁମେ ଏକ ସ୍ୱର୍ଣ୍ଣ ମୁଦ୍ରାର

ତୁମେ ତୁମ ସମାଜର ଟେକ ରଖ ll


ଏ ଅଙ୍ଗ ଈଶ୍ୱରଙ୍କ ଦାନ ସଂସାର ପାଇଁ

ସଂସାରର ସଠିକ୍ ଅର୍ଥ ବୁଝିରଖ,

ବଡ଼ ସ୍ୱପ୍ନ ଦେଖ ଛୋଟ ସ୍ୱପ୍ନ ପଙ୍ଗୁ କରିଦେବ

ଏ ପ୍ରକୃତି କୁ କନ୍ଦାଅନି ଦିଅନି ଦୁଃଖ ll


ଏମିତି ଏମିତି ଏକା ଏକା ବଞ୍ଚିଯିବ

ପର ପୀଢି କଥା ଟିକେ ଭାବି ଦେଖ,

ଏ ଦେଶ ସୁସଭ୍ୟତା ର ଉଦାହରଣ

ତା' ମହାନ୍ ପରମ୍ପରା କୁ ବଜାୟ ରଖ ll


Rate this content
Log in