ଗୁରୁ
ଗୁରୁ
1 min
187
ମଣିଷ ଓ ପଶୁ ଭିତରେ ଯେ ପାର୍ଥକ୍ୟ ବୁଝାଏ
ଜୀବନ ରାସ୍ତାରେ ଯିଏ ଚାଲିବା ଶିଖାଏ
ଧର୍ଯ୍ୟର ଯିଏ ପାଠ ପଢାଏ
ସଙ୍କଟେ ଯିଏ ହସିବା ଶିଖାଏ
ସେ ହିଁ ପ୍ରକୃତ ଗୁରୁ ବୋଲାଏ...
ଛାଇ ପରି ଯିଏ ସାଥିରେ ଥାଏ
ଯାହାଙ୍କୁ ଦେଖିଲେ ମସ୍ତକ ନଏଁ
ଅନ୍ଧକାରେ ଯିଏ ଆଲୋକ ଦିଏ
ଯାହାଙ୍କ ମୁଖରେ ସ୍ୱଚ୍ଛତା ଥାଏ
ସେ ହିଁ ପ୍ରକୃତ ଗୁରୁ ବୋଲାଏ...
ଦକ୍ଷିଣା ଲୋଡେନି ଦାନରେ ଯିଏ
ବିନା ସ୍ଵାର୍ଥେ ଜ୍ଞାନ ବାଣ୍ଟୁ ଯେ ଥାଏ
ସଦା ସତ୍ୟପଥେ ବାଟ କଢ଼ାଏ
ଅସତ୍ୟ ଦେଖିଲେ ଆକଟୁଥାଏ
ସେ ହିଁ ପ୍ରକୃତ ଗୁରୁ ବୋଲାଏ...
ଅଧର୍ମରୁ ଯିଏ ଦୁରେଇ ନିଏ
ଅହିଂସାର ବାର୍ତ୍ତା ବଖାଣୁ ଥାଏ
ସଦା ଦିବ୍ୟଜ୍ଞାନ ଅଜାଡି ଦିଏ
ଯା ପାଇଁ ନାସ୍ତିକ ଅସ୍ତିକ ହୁଏ
ସେ ହିଁ ପ୍ରକୃତ ଗୁରୁ ବୋଲାଏ...