STORYMIRROR

Kananbala Das

Others

4  

Kananbala Das

Others

ନବରାତ୍ରିରେ ନବଦୁର୍ଗା

ନବରାତ୍ରିରେ ନବଦୁର୍ଗା

1 min
271

ଶରତ ଋତୁରେ ଆଶ୍ଵିନ ମାସରେ

  ଆସନ୍ତି ମା'ଦଶଭୁଜା,

ଦୁର୍ଗତିନାଶିନୀ ମହିଷା ମର୍ଦ୍ଦିନୀ

   ଉଡାଇ ବିଜୟ ଧ୍ବଜା ।


ନବଦୁର୍ଗା ରୁପେ ନଅଟିବେଶରେ

   ହୋଇଥାନ୍ତି ଦେବୀ ଉଭା,

ପ୍ରଥମ ଦିବସେ ଶୈଳପୁତ୍ରୀ ରୂପେ

   ଆଦିଶକ୍ତି ଚାରୁ ଆଭା ।


ଦ୍ଵିତୀୟ ଦିବସେ ବ୍ରହ୍ମଚାରିଣୀ ସେ

   ତପସ୍ୱିନୀ ତେଜ ଭଳି,

ଏକହସ୍ତେ ତାଙ୍କ କମଣ୍ଡଳୁ ଥାଉ

   ଅନ୍ୟ ହସ୍ତେ ଜପା ମାଳି ।


ଚନ୍ଦ୍ରଘଣ୍ଟା ବେଶେ ତୃତୀୟ ଦିବସେ

   ଅସ୍ତ୍ର ଶସ୍ତ୍ର ସୁସଜ୍ଜିତା,

ସିଂହବାହିନୀ ସେ ଦୁଷ୍ଟ ସଂହାରିଣୀ

   ଦଶଭୁଜା ଦୁର୍ଗା ମାତା ।


ଚତୁର୍ଥ ଦିନରେ କୁଷ୍ମାଣ୍ଡା ନାମରେ

   ଅଷ୍ଟ ଭୁଜ ଦେବୀଙ୍କର,

ହସ୍ତେ କମଣ୍ଡଳୁ ଅମୃତ କଳସ

   ଗଦାମାଳି ଧନୁଚକ୍ର ।


ପଞ୍ଚମ ଦିବସେ ସ୍କନ୍ଦମାତା ସେଯେ

   ପୁତ୍ର ଯେଣୁ କାର୍ତ୍ତିକେୟ,

କୋଳରେ ସ୍କନ୍ଦଙ୍କୁ ଧରିଥିଲେ ମାତ

   ଧରାଲାଗେ ସୁଧାମୟ ।


ଷଷ୍ଠ ଦିବସରେ ମାତା କାତ୍ୟାୟନୀ

   ବିଶ୍ବାସେ ରହିଛି ଶକ୍ତି,

କୁଆଁରୀ ପୂଜନ୍ତି ବରପାତ୍ର ପାଇଁ

   ଜଗାଇ ହୃଦୟେ ଭକ୍ତି ।


ସପ୍ତମ ଦିବସେ କାଳରାତ୍ରୀ ପୁଣି

   ତ୍ରିନେତ୍ର ଧାରିଣୀ ମୁଖ,

କଳା ବର୍ଣ୍ଣ ଦେହ ଗର୍ଦଭ ଆରୁଢା

   ଚତୁର୍ଭୁଜା ରୂପରେଖ ।


ଅଷ୍ଟମ ଦିବସେ ନାମ ମହାଗୌରୀ

   ବୃଷଭ ବାହିନୀ ମାତା,

ଡମ୍ବରୁ ତ୍ରିଶୂଳ  ଧାରଣ କରିଣ

    ଶ୍ବେତବସ୍ତ୍ର ପରିହିତା ।


ନବମ ଦିବସେ ସିଦ୍ଧିଦାତ୍ରୀ ରୂପେ

   ପଦ୍ମସନା ଚତୁର୍ଭୁଜା,

ଶଙ୍ଖ,ଚକ୍ର, ଗଦା ସାଥିରେ କମଳ

   ଧରି ପାଉଥାନ୍ତି ପୂଜା ।


ଅଧର୍ମ ଉପରେ ଧର୍ମର ବିଜୟ

  ଅସତ୍ୟ ଉପରେ ସତ୍ୟ,

ବିଘ୍ନବିନାଶିନୀ ଆରତ ନାଶିନୀ

  ଶକ୍ତିପ୍ରଦାୟିନୀ ମାତ ।


ଅଧମ, ଅଜ୍ଞାନ ତୋର ଏ ସନ୍ତାନ

  ଭାବର ଭରିଛି ଭକ୍ତି,

ଜଗତର ମାତ କରେ ଦଣ୍ଡବତ

  ଆଶ୍ରିତା ମୁଁ ଆଦ୍ୟାଶକ୍ତି ।


Rate this content
Log in