Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

3  

Abhakanta

Others

ମନ-ବଂଶୀ ଡାକେ ରେ...

ମନ-ବଂଶୀ ଡାକେ ରେ...

1 min
6.8K


ମନ-ବଂଶୀ ଡାକେ ରେ...

 

ଆଭାକାନ୍ତ ମହାନ୍ତି

 

ପୁ     :      ମନ-ବଂଶୀ ଡାକେ ରେ...

              ଆଗୋ ରାଜହଂସୀ

              ଦୂରେ ଯାଅନା, ଦୂରେ ଯାଅନା

ସ୍ତ୍ରୀ    :      ବହୁଦୂର ପଥ ହେ...

              ବେଳ ରତରତ

              ଆଉ ଡାକନା, ଆଉ ଡାକନା । ୦ ।

 

ପୁ     :      ଡେଣା ଝାଡ଼ି ଯାଅ ଉଡ଼ି ନୀଳ ଗଗନେ

              ତୁମକୁ ଦେଖୁଛି ନିତି ବସି ବିଜନେ,

              ବଇଁଶୀର ସୁରେ ସୁରେ

              ବେପଥୁ-ନଦୀର ଧାରେ,

              ଡାକିଛି କେତେ ମୁଁ ସିନା...

              ତୁମେ ବୁଝନା... ତୁମେ ବୁଝନା... । ୧ ।

 

ସ୍ତ୍ରୀ    :      ସବୁ ଶୁଣେ, ସବୁ ବୁଝେ, ରହିପାରେନା

              ଶୁଣେନି ହୋଇବ ବୋଲି ନିନ୍ଦା ରଟନା,

              ଦୁଇଟୋପା ଲୁହ ଢାଳି

              ଦୂରେ ଦୂରେ ଯାଏ ଚାଲି,

              ଖିଆଲି ହେ ! ବୁଝିଛି ମୁଁ...

              ତୁମ ବେଦନା, ତୁମ ବେଦନା । ୨ ।

 

ପୁ     :      ମୁଁ ତୁମର ପ୍ରିୟ ଆଗୋ ତୁମେ ମୋ ପ୍ରିୟା

ସ୍ତ୍ରୀ    :      କହିନାହଁ କେମିତି ବା ବୁଝିବି ତାହା,

ପୁ     :      ଦୂର ତାରତମ୍ୟ ଆଜି

              ଯାଉ ଗୋ ବିଲୟ ଭଜି,

ସ୍ତ୍ରୀ    :      ବଇଁଶୀରେ ମିଳନର

              ସୁର ବାଅନା, ସୁର ବାଅନା । ୩ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in