Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Minakshi Samal

Others

3  

Minakshi Samal

Others

ଭୋଟ

ଭୋଟ

1 min
384




ଗଣତନ୍ତ୍ର ଦେଶ ଭାରତରେ ଚାଲେ

ଭୋଟ ପ୍ରଥାର ଖେଳ

ଭୋଟ ଦେଇକି ପ୍ରତିନିଧି ବାଛି

ଗଢନ୍ତି ଶାସନ କଳ।


ଭଲ ଆଉ ମନ୍ଦ ବିଚାର କରିକି

ଦେବାକୁ ପଡଇ ଭୋଟ

ଭୂଲ ଆଉ ଠିକ୍ ବିଚାର ଧାରାର

ମୁହଁ ବନ୍ଦ କରେ ନୋଟ।


ଧମକ ଚମକ ଦେଇକି ନହେଲେ

ଦେଖାଇ କିଛିଟା ଲୋଭ

କିଣିଯେ ନିଅନ୍ତି ବହୁମୂଲ୍ୟ ଭୋଟ

ମତଦାନେ ଲାଗେ ଦାଗ।


ସଚ୍ଚୋଟ ଲୋକର ରାଜନୀତି ମଧ୍ୟେ

ତିଷ୍ଠିବା ବଡ ବିଷମ

ସମାଜ ହିତୈଷୀ ହୋଇ ରହିବାକୁ

ଦିଅନ୍ତି ନାହିଁ ଯେ ଯମ।


ଗଣତନ୍ତ୍ର ଆଜି ଗୁଣ୍ଡା ଲାଞ୍ଚଖୋର

ଦୁର୍ନୀତିଗ୍ରସ୍ତଙ୍କ ମେଳୀ

ସାଧାରଣ ଲୋକେ ଲୁଟି ହେଉଛନ୍ତି

ପଡୁଛନ୍ତି ଏଠି ବଳି।


ଚୋର ଓ ପୁଲିସ ଭାଇଭାଇ ଏଠି

ରକ୍ଷକ ସାଜେ ଭକ୍ଷକ

ଦୁର୍ନୀତି ହାତରେ ବନ୍ଧା ପଡିଛନ୍ତି

କାଠପୁତୁଳୀ ଶାସକ।


ନ୍ୟାୟ ବ୍ୟବସ୍ଥାର ଅବନତି କଥା

ନକହିଲେ ହେବ ଭଲ

ଚକ୍ଷୁ ପରେ କଳାପଟି ଦେଇ ନ୍ୟାୟ

ଦେବୀଙ୍କର ନାହିଁ ମୂଲ।


ବଦଳି ଯାଇଛି ଆଜିର ସମୟ

ଗଣତନ୍ତ୍ର ଭୁଲୁଣ୍ଠିତ

ଆହ୍ବାନ କରୁଛି ଲେଖନୀ ମୁନରେ

ବଞ୍ଚାଅ ଆମ ଭାରତ।


*** ମିନାକ୍ଷୀ ସାମଲ ***

minusamal1969@gmail.com

7980250037





Rate this content
Log in