Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

2  

Hrushikesh Satpathy

Others

ବନ୍ଦେ ଗୋ ଜନନୀ

ବନ୍ଦେ ଗୋ ଜନନୀ

1 min
147


ଉତ୍କଳ ଜନନୀ
ଚିର ସୁହାସିନୀ
ନମ୍ର ତୋ'ନିବେଦନ ।

ସୁଜଳା ସୁଫଳା
ତୋ'ମନ ମେଖଳା
ସୁବର୍ଣ୍ଣା ତୋ'ର ନୟନ ।

ନୟନରେ ତୋର
ମଧୁ ଝରୁଥାଏ
ଅଙ୍ଗ କେତେ ସପ୍ତ ରଙ୍ଗ ।

ପଣତ କାନିରେ
ମମତା ପସରା
ଇନ୍ଦ୍ର ଧନୁର ରଙ୍ଗ ।

ବନ୍ଦେ ଗୋ ଜନନୀ
ମୋ ମନ ବନ୍ଦିନୀ
ବନ୍ଦୀ ମୁଁ ତୋର କୋଳେ ।

ଓଡ଼ିଶାର ପ୍ରତି
ପୁରରେ ପୁରରେ
ତୋ ଶାନ୍ତ ପ୍ରତିମା ଖୋଜେ ।

ଖୋଜି ଖୋଜି ପାଏ
ଦିବ୍ୟ ସୁଖ ଶିରୀ
ସେ ଶିରୀରେ ନିଜେ ହଜେ ।

ସାତ ଦରିଆର
ସୁବର୍ଣ୍ଣରେଖା ତୁ
ବିଶ୍ୱରେ ବିଶ୍ୱ ମୋହିନୀ ।

ପ୍ରଣାମ କରୁଛି
ଚରଣେ ତୋହର
ହେ ମୋର ପୁଣ୍ୟ ଜନନୀ ।


Rate this content
Log in