ସେ ନାମ ତ ଜଗନ୍ନାଥ
ସେ ନାମ ତ ଜଗନ୍ନାଥ
ଶାନ୍ତିଲତା ମିଶ୍ର, ରଚେଷ୍ଟର, ମିନେସୋଟା
********************************
ସଂସାରର ବୋଝ ବୋହି ନପାରି ଯେବେ, ଏ ମଣିଷ ହୋଇଯାଏ ଅସ୍ତବ୍ୟସ୍ତ |
ଶେଷ ଆଶ୍ରା ତୁମେ, ତୁମ ପାଦେ ରଖିଦେଇ ସବୁ, ହୋଇଯାଏ ସେ ନିଶ୍ଚିନ୍ତ || ୧ ||
ତୁମ ଭରଷାରେ, ଚାଲିବା ସହଜ ହୋଇଯାଏ , ଯେତେ ହେଉ ପଥ କଣ୍ଟକିତ |
ଦୟା ମୁର୍ତ୍ତି ! ତୁମ ଦର୍ଶନେ ଲାଘବ, ହୁଏ ଶ୍ରମ ଭାର, ହୋଇଯାଏ ସେ ଆଶ୍ବସ୍ତ || ୨ |
ଏ ଭବ ସାଗର, ଉଦ୍ବେଳିତ ଲହରୀ, ଅହରହ କରେ ଯେବେ ବ୍ୟତିବ୍ୟସ୍ତ |
ଖୋଜେ ମନ ମୁକ୍ତି, ସମ୍ଭାଳି ନପାରେ, ହୋଇଯାଏ ଯେବେ ସବୁ ଅତିରିକ୍ତ || ୩ ||
ଅରକ୍ଷ ରକ୍ଷଣ ଶକ୍ତି ତ କେବଳ, ଅଛି ତୁମ ପାଶେ, ଏ ବିଶାଳ ଧରା ଧାମେ
ସେଥି ପାଇଂ ଆସନ୍ତି ଧାଇଁ କେତେଦୁରୁ,କେତେ ଅଶା ନେଇ, କାମନା ପସରା ସାଥେ || ୪ |
ସଂସାର କଷଣୁ ଉଧାର ପାଇବା ଆଶାରେ, ଡାକନ୍ତି ନିତି ଯେ କେତେ ପତିତ |
ଚାରି ଅକ୍ଷର ଶକ୍ତି ପାଶେ ପରାଜିତ, ଜାଗତିକ ସବୁ ଶ୍ରାନ୍ତି, କ୍ଲାନ୍ତି, ହତାସ || ୫ ||
ନିର୍ବୀଘ୍ନେ ଦୁରାଅ ଜାଗତିକ ଦୁଖ, ବାଣ୍ଟି ଦିଅ ସୁଖ, ପୁରାଇ ସବୁରି ମନୋରଥ |
ଯାହା ମନ ଯାହା ଚାହେଁ , ଦେଇପାର ଅବିଳମ୍ବେ, ନରଖି ତ କିଛି ସର୍ତ୍ତ || ୬ ||
ଯାହା ପାଖେ ଅଛି ଏଇ ଅଲୌକିକ, ଚୁମ୍ବକିୟ ଶକ୍ତି, ସେ ନାମ ତ ଜଗନ୍ନାଥ |
ଯୁଗ ଯୁଗ ହୋଇ, କେତେ ଯୁଗ ଗଲାଣି, ହୋଇ ନାହିଁ ସେ ନାମ କ୍ଷୟ ବା କେବେ ବିଶୃତ || ୭ ||
ବିଜୟ ହେଉ ବା ନହେଉ, ପରାଜୟ ନାହିଁ, ସେ ନାମ ଜପିଲେ କେହି ଆଶ୍ରିତ |
ଡାକି ଡାକି କେହି ନିରାଶ ହୋଇନି, ଶୁନ୍ୟ ହସ୍ତେ ଫେରି ନାହିଁ କେବେ କେହି ଭକ୍ତ || ୮ ||