ସଂଳାପ-୭୧
ସଂଳାପ-୭୧
1 min
6.8K
ସମୟ ସ୍ରୋତରେ
କେବେ
ବହି ଯାଏନି ଅଛିଣ୍ଡା ଡୋର,
କହିଦେଲ,
ବୁଝାଇ ନେଲି ବି ମନ
କିନ୍ତୁ
ତୁମେ ଚାଲିଗଲା
ପରେ
ତୁମ ସ୍ମୃତି
ଘାତ ପ୍ରତିଘାତେ
ରକ୍ତାକ୍ତ
ହୃଦୟ ନେଇ
କେମିତି ବଞ୍ଚିବି,
ମୁଖା ପିନ୍ଧି,
କେମିତି ଛାଡିବି
ତୁମ କୁ ନେଇ
ମୋ ଅତୀତ
ବତାଇ
ତ ଯାଇ ନ ଥାନ୍ତ,
ଏଠି , ବର୍ଷା ତୁମ କଥା
ତା ଟପ ଟାପ ଶବ୍ଧରେ ମନେ ପକାଇ ଦେଉଛି,
ମୋ ଲେଖା କବିତା
ଭଲ ଲାଗେ ବୋଲି
ତୁମକୁ
ବନିଗଲି କବି,
କିନ୍ତୁ
କବିଙ୍କୁ ବି ସହିବାକୁ
ପଡେ
"ପ୍ରସବ ବେଦନା "
ଏ କଥା ଜାଣିଲି
ତୁମେ ଛାଡି ଚାଲିଗଲା
ପରେ------!
©®କାଶ୍ୟପ,ରାୟଗଡା ।