Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Others

3  

Dr Jharana Satapathy

Others

କାଳିଆ ସୁନା

କାଳିଆ ସୁନା

1 min
511


ଚକାଆଖିରେ ଚାହିଁରହିଛ ବଡଦେଉଳେ ବସି

କେତେ ଆଉ ଗୁହାରି ଶୁଣିବ ମନ ହୋଇବ ଖୁସି,

ସୁଖବି ଦେଇଛ ଦୁଃଖବି ଦେଇଛ,ପାରୁନି ଯମା ଭୁଲି

ହୃଦୟରେ ପ୍ରାଣ ଥିବା ଯାଏଁ ବଞ୍ଚିରହିଅଛି ଖାଲି ।

ଡାକୁଛି ନିତି,ଡାକୁଥିବି ଏମିତି ତୁମ କରୁଣା ଟିକେ ପାଇଁ

ଏ ପାପି ଜନ୍ମରୁ ଉଦ୍ଧାର କର ଆହେ ଜଗତ ସାଇଁ ,

ମାଗୁ ନାହିଁ ପ୍ରଭୁ ଧନଜନ ଅବା ବିପୁଳ ସମ୍ପତ୍ତି

ହେ ମଣିମା ତୁମ ଠାରେ ରହୁ ମୋର ସଦା ଭକତି ।

ଭକ୍ତି ଅର୍ଘ୍ୟ ଦେଇ ତୁମକୁ ପ୍ରଭୁ କରେ ପ୍ରଣାମ 

ଝୁରେ କାହିଁ ତୁମକୁ ଦିନରାତି ପ୍ରଭୁ ଏ ମନୁଆ ମନ ,

ଯେତେ ଦେଖିଲେ ବି ତୁମକୁ ମନ ବୁଝେନା

ଭକ୍ତିରେ ଡାକେ ତୁମକୁ ସବୁବେଳେ କାଳିଆ ସୁନା ।



Rate this content
Log in