ସାଇଁ ସାଇଁ
ସାଇଁ ସାଇଁ
1 min
122
କବିତାର ସୁରେ ଚଇତାଳି
ତାଳେ
ବଞ୍ଚି ଉଠେ ମୃତ
ଅତୀତ
ମୋ ପ୍ରିୟତମା ,!!
ରାତ୍ରି ଦିଘଡେ,
ସକାଳର ରାଗରାବଳୀରେ ହଜିଯାଏ,
ତା କୋଳାହଳ
ଯେମିତି
ଅତୀତର କବର ତଳୁ କହି ଚାଲିଥାଏ
ଗୋଟିଏ ମୃତ ଆତ୍ମା,!!!
ଚଇତି ମଧ୍ୟାନ୍ନ ଖରା
କୁହେ କଥା
ଚୈତାଳି ଯାଏ
ହଜି
ସବୁଜ ବାଉଁଶବଣ
ଭିତରେ,!!!!
ସେମିତି ଆବଦ୍ଧ ହୋଇ
ରହିଯାଏ
ପବନର ନିଶ୍ୱାସ,
ଅତିକଷ୍ଠ ଯେ
ଉଛ୍ୱାସ,!!!!!
ଅବସାଦ
ଅନ୍ତରାଳେ ପ୍ରିୟା ପ୍ରିୟତମ ମିଳନ ରାଗ
ସେ ପୁଣି
ଅସୁମାରୀ ଅବୁଝା ତୃପ୍ତିର
ଶବ୍ଧର ସମହାର
ସାଇଁ-ସାଇଁ-ସାଇଁ-ସାଇଁ-------------।
©®କାଶ୍ୟପ,ରାମ ପ୍ରସାଦ ବିଶୋଇ ରାୟଗଡା ।