ଏଇତ ଜୀବନ
ଏଇତ ଜୀବନ
1 min
6.7K
ଭାବିଲେ....
ଅତୀତଟା ଲଗଂଳା ମୁକୁଳା ହୋଇ
ଆଖିଆଗରେ ଠିଆ ହୁଏ
ଆଉ ହସି ହସି କୁହେ
ଗୁଡ୍ ବାଏ...ଆଉ ଫେରିବିନି
ଆଉ ଭବିଷ୍ୟତ ସେ ତ ନିଜେ
ଅଶରୀର,ଅସ୍ଥିର,ଅସୀମ
ସେ ନିଜେ ଗୋଟେ ପ୍ରଶ୍ନବାଚୀ ?
ହେଲେ ବର୍ତ୍ତମାନ କଥା କଣ କହିବି
ଅକ୍ଟୋପଶ ଭଳି ତା ଶୁଣ୍ଡରେ
ଏମିତି ଜାବୁଡି ଧରିଛି ଯେ
ଛାଡିବାର ନାଁ ଧରୁନି
ଜଦି ବା କିଛି ସମୟ ପାଇଁ ଛାଡିଦିଏ
ସେ ଛାଡିବାରେ ଥାଏ
ମୃତ୍ୟୁର ଅଟ୍ଟହାସ୍ୟ
ଏଇତ ଜୀବନ