ଏଣୁତେଣୁ ଦି ଧାଡି
ଏଣୁତେଣୁ ଦି ଧାଡି
1 min
322
ହସ ଯଦି
ଚମକେ ଆଖିରେ
ଜାଣିନିଅ ପ୍ରୀତିଲିପ୍ସା
ହେଲ
ତୁମେ ଦାସୀ
ଭାଵ
ସମର୍ପଣର----------!
ମୁଁ ଅଛି ବୋଲି
ନିଦାଘଗ୍ରୀଷ୍ମରେ କାଳବୈଶାଖୀ
ଧୂଳିଝଡ଼ ଭଳି,
ବର୍ଷା ଯେଉଁଠି ହୁଏ
କମ,
ଉତ୍ତାପ ମାତ୍ରାଧିକ,
ବିତ୍ପାତ,
ତା ଠାରୁ ଢେର ବେଶୀ,
ତୁମେ ଅଛ,
ଆପଣାପଣ ଠାରୁ ବହୁତ
ଦୂରେ
ବିଚରା ହୃଦୟର
ଅତି ନିକଟରେ---------!!
ବିରହେ
ଚୋକାର ଝୁରି ମରୁ ଅଦିନେ
ପୂର୍ଣ୍ଣିମା ଜହ୍ନକୁ କାର ବା ଯାଏ ଆସେ କେତେ
ଏଣୁତେଣୁ,
କବିତାରେ ଲେଖା ହୋଇଥିବା
କେବଳ,
ଦି ଧାଡି ଭଳି--------!!!
©®କାଶ୍ୟପ,ରାୟଗଡା ।